ଗୋଷାଣୀ: ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଓ ନାରାୟଣପୁର ମହେନ୍ଦ୍ର ବନାଞ୍ଚଳ ତରଫରୁ ମିଳିତ ଭାବେ ଚଢ଼ଉ କରାଯାଇ ଏମ୍.ପାଇଲାମ ଗ୍ରାମ ପୋଖରୀରୁ ୫୩୮ କେଜି ମୋଟ ୨୭ଟି ରକ୍ତଚନ୍ଦନ କାଠ ଜବତ କରାଯାଇଛି। ଗାରାବନ୍ଧ ଥାନାଧିକାରୀ ଗୋବିନ୍ଦ ଗୌଡ଼ ଓ ନାରାୟଣପୁର ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛାଙ୍କ ନେତୃତ୍ବରେ ଉଭୟ ବିଭାଗର କର୍ମଚାରୀମାନେ ଖୋଜାଖୋଜି କରି କାଠଗୁଡ଼ିକୁ ବାହାର କରିଥିଲେ।
ମାଫିଆମାନେ କାଠଗୁଡ଼ିକୁ ଚାଲାଣ କରିବାକୁ ପୋଖରୀ ଭିତରେ ଲୁଚାଇରଖିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ ହେଉଛି। ପୁଲିସ ଓ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। କେସ ନମ୍ବର ୧/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି। ଗାରାବନ୍ଧ ଥାନା ଏସ୍ଆଇ ନାରାୟଣ ଦାସ, ଏଏସ୍ଆଇ ଅଶୋକ ବେହେରା ଓ ଗାରାବନ୍ଧ ଫରେଷ୍ଟର କାମେଶ୍ବର ରାଓ ମଧ୍ୟ ଚଢ଼ଉରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/୬-1.jpg)