ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ । କ୍ବାରାଣ୍ଟାଇନରୁ ୩୧୬ ଜଣ ଚିହ୍ନଟ ହୋଇଥିବାବେଳେ ୨୨୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ଚିହ୍ନଟ ହୋଇଥିବା ୫୩୯ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୬ ଜଣ, ବାଲେଶ୍ୱରରୁ ୨୩ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୧୨ ଜଣ, କଟକରୁ ୪୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୩୧ ଜଣ, ଯାଜପୁରରୁ ୧୭ ଜଣ, ଝାରସୁଗୁଡ଼ାରୁ ୪ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେଉଁଝରରୁ ୨ ଜଣ, ଖୋର୍ଦ୍ଧାରୁ ୨୫୪ ଜଣ, କୋରାପୁଟରୁ ୩, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୨ ଜଣ, ସୋନପୁର ଓ ସୁନ୍ଦରଗଡ଼ରୁ ୧୩ ଜଣ ଲେଖାଏଁ ଓ ଷ୍ଟେଟ ପୁଲରୁ ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Covid-19 Report For 23rd September
New Positive Cases: 539
Of which 0-18 years: 77
In quarantine: 316
Local contacts: 223(Details of local contacts will be shared by concerned Dist Administration)
District Wise Cases:
1. Angul: 6
2. Balasore: 23
3. Bargarh: 2
4. Bhadrak: 12— I & PR Department, Odisha (@IPR_Odisha) September 24, 2021
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦,୨୩,୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦,୦୯,୦୮୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୮୨୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।