ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମିଳିତ ଅଭିଯୋଗ ପ୍ରକୋଷ୍ଠ ଆଜି ଖୋର୍ଦ୍ଧା ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ନିର୍ଦ୍ଧାରିତ ସମୟରେ ଅଭିଯୋଗ ପ୍ରକୋଷ୍ଠ ଆରମ୍ଭ ହୋଇଥିଲେ ହେଁ ପୂର୍ବ ପ୍ରକୋଷ୍ଠ ଭଳି ଗହଳିଚହଳି ନଥିଲା । ପ୍ରାୟ ସାଢ଼େ ୧୨ଟା ବେଳେ ଜିଲ୍ଳାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ପ୍ରକୋଷ୍ଠ ଛାଡ଼ିଥିଲେ । ପରବର୍ତ୍ତୀ ପ୍ରକୋଷ୍ଠ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ପରିଚାଳନା କରିଥିଲେ ।

Advertisment

ଆଜିର ଅଭିଯୋଗ ପ୍ରକୋଷ୍ଠରେ ୫୪ଟି ଆପତ୍ତି, ଅଭିଯୋଗ ଦାଖଲ ହୋଇଥିଲା । ଏହା ମଧ୍ୟରୁ ୩ଟି ସାମୂହିକ ଥିବା ବଳେ ଅନ୍ୟଗୁଡ଼ିକ ଭତ୍ତା, ଘରଢିହ ଆଦି ବ୍ୟକ୍ତିଗତ ସମସ୍ୟା ଥିଲା । ରେଡକ୍ରସ ପକ୍ଷରୁ ୩ହଜାର ଟଙ୍କା ସହାୟତା ଦିଆଯାଇଥିବା ବେଳେ ୬ଟି ଆବେଦନର ତତ୍କାଳ ସମାଧାନ କରାଯାଇଥିଲା । ଏହି ପ୍ରକୋଷ୍ଠରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀ, ଖୋର୍ଦ୍ଧା ତହସିଲଦାର ଇପସିତ ସାହୁ, ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧୀ ତନୟା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।