କଟକରୁ ପୁଣି ୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୪୫୨ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

କଟକ: ଆଜି କଟକ ଜିଲ୍ଲାରୁ ୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ମଧ୍ୟରେ କଟକ ସହରର ୫୪ଜଣ ବାସିନ୍ଦା ଅଛନ୍ତି | ଚିହ୍ନଟ ୫୪ଜଣଙ୍କ ମଧ୍ୟରେ ୧୧ଜଣ ଅନୁଷ୍ଠାନିକ ସଙ୍ଗରୋଧରେ ଥିବା ବେଳେ ୪୧ଜଣ ଘରୋଇ ସଙ୍ଗରୋଧରେ ରହିଥିଲେ | ଏହା ସହ ୫୪ଜଣଙ୍କ ଭିତରୁ ୨ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି |

ଅନୁଷ୍ଠାନିକ ସଙ୍ଗରୋଧରେ ଥିବା ୧୧ଜଣ ଆକ୍ରାନ୍ତ ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ଚିହ୍ନଟ ହୋଇଛନ୍ତି | ସେହିଭଳି ଘରୋଇ ସଙ୍ଗରୋଧରେ ଥିବା ୪୧ଜଣଙ୍କ ମଧ୍ୟରେ ଜଣେ ମଣିସାହୁ ଛକରୁ ଚିହ୍ନଟ ହୋଇଥିବା ବେଳେ ଶଙ୍କରପୁର ପରିଡା ସାହିରୁ ୮ଜଣ ଏବଂ ଖଟବିନ ସାହିରୁ ୩୨ଜଣ ଚିହ୍ନଟ ହୋଇଛନ୍ତି | ଏହା ସହ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୨ଜଣଙ୍କ ମଧ୍ୟରୁ ଥୋରିଆ ସାହିରୁ ଜଣେ କରୋନା ଯୋଦ୍ଧା ଥିବା ବେଳେ ସୁତାହାଟରୁ ଜଣେ ଆକ୍ରାନ୍ତ ରହିଛନ୍ତି |

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ କଟକ ସହରରେ ମୋଟ ୪୫୨ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି | ୨୨୫ଜଣ ସୁସ୍ଥ ହୋଇଥିବା ବେଳେ ୮ଜଣଙ୍କର ମୃତ୍ୟୁ ଘଟିଛି | ଏହା ସହ ୨୧୯ଜଣ ଏବେ ମଧ୍ୟ କରୋନା ସହ ଲଢେଇ ଜାରି ରଖିଛନ୍ତି |

ସମ୍ବନ୍ଧିତ ଖବର