ଶରଣକୁଳ: ଆଜି ଶରଣକୁଳ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ, ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରକାଶ ଯେ, ଇଟାମାଟି ମଜୁରିଆପଲ୍ଲି ଗ୍ରାମର ଅଭିମନ୍ୟୁ ନାୟକ ଏକ ଅଟୋ (ଓଡି ୨୫ ଜେ ୧୩୩୪) ଯୋଗେ ନୂଆ ଜଗନ୍ନାଥ ସଡ଼କ ଦେଇ ଶରଣକୁଳ ଅଭିମୁଖେ ଆସୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାର ସାନଗୋରଡ଼ାଠାରେ ଶରଣକୁଳ ପୋଲିସର କିଛି କର୍ମଚାରି ଲୁଚି ରହିଥିଲେ। ଅଟୋ ଆସିବା କ୍ଷଣି ପୋଲିସ ଅଟୋ ଉପରେ ଚଢ଼ଉ କରିଥିଲା।
ଅଟୋରେ ଥିବା ଗଞ୍ଜେଇକୁ ଜବତ କରିଥିବା ବେଳେ ଅଭିମନ୍ୟୁ ନାୟକକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜବତ ଗଞ୍ଜେଇ ୫୪ କିଲୋ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଦୀର୍ଘଦିନ ଧରି ଶରଣକୁଳ ଓ ଏହାର ଆଖପାଖ ଅଞ୍ଚଳରେ ବେଧଡ଼କ ଭାବରେ ଗଞ୍ଜେଇ ଚୋରାଚାଳାଣ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା। ଉକ୍ତ ଗଞ୍ଜେଇ ବାଲିକୁଦା ଅଞ୍ଚଳରୁ ଆସୁଥିବା ଜଣାପଡ଼ିଛି। ଏହି ଗଞ୍ଜେଇ ଚୋରାଚାଲାଣରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ଅଭିମନ୍ୟୁକୁ ଅଧିକ ପଚରାଉଚରା କରୁଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଜଣାଇଛନ୍ତି। ସବ୍ଇନ୍ସପେକ୍ଟର ଶିବରାମ ବେତ୍ରା, ଏଏସ୍ଆଇ ତୁଷାରକାନ୍ତ ନାୟକ ପ୍ରମୁଖ ଚଢ଼ଉ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/54d4gad56g4d56ag456daggggggggggggggggggggggggggggg.jpg)