୬ଟି ଟ୍ରେନରେ ଦୁଇ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଆସିଲେଣି ଭଦ୍ରକ, ୫୫ ଦାଦନ ଶ୍ରମିକଙ୍କୁ ବସରେ ପଠାଗଲା ବଲାଙ୍ଗୀର

ଭଦ୍ରକ: ଚରମ୍ପା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ଗତ ୧୨ ତାରିଖ ଦିନ ଦୁଇଟା ଠାରୁ ଚରମ୍ପା ସହରରେ କର୍ଫ୍ୟୁ ବଳବତ୍ତର ରହିଛି। ବାହାର ରାଜ୍ୟରୁ ପ୍ରବାସୀ ରେଳରେ ଆସି ଚରମ୍ପା ଷ୍ଟେସନରେ ଓହ୍ଲାଇ ନିଜ ନିଜ ଜିଲ୍ଲାକୁ ଯାଉଥିବାରୁ ଏଇ ଅଞ୍ଚଳକୁ କର୍ଫ୍ୟୁ ଘୋଷଣା କରାଯାଇଛି। ଗତ ଦୁଇ ଦିନ ଭିତରେ ସୁରଟ, ଗୁଣ୍ଠୁର, ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଆଦି ଅଞ୍ଚଳରୁ ଟ୍ରେନ୍ ଯୋଗେ ପ୍ରବାସୀ ଓଡ଼ିଆମାନେ ଭଦ୍ରକ ଫେରୁଉନ୍ତି।

ଭଦ୍ରକର ଚରମ୍ପା ରେଳ ଷ୍ଟେସନରୁ ଏଇ ଲୋକମାନେ ଓହ୍ଲାଇବା ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସମସ୍ତ ଚିକିତ୍ସା ଓ ସ୍ବାବ ପରିକ୍ଷା କରିବା ପରେ ସେମାନଙ୍କୁ ଟିଫିନ୍ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ ସେମାନଙ୍କୁ ନିଜ ନିଜ ଜିଲ୍ଲା ଓ ଅଞ୍ଚଳର କ୍ବାରେଣ୍ଟାଇନ କେନ୍ଦ୍ରକୁ ପଠାଉଛନ୍ତି। ଗତ ତିନିଦିନ ହେଲା ଭଦ୍ରକ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏଇ କାର୍ଯ୍ୟ ଜାରି ରହିଛି।

ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଏଇ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଜ୍ଞାନ ଦାସ କହିଲେ, ଗତକାଲି ସୁଦ୍ଧା ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ୩ ଟି ଟ୍ରେନ୍ ଆସିଥିଲା। ସେଥିରେ ୯୫୦ ପ୍ରବାସୀ ଭଦ୍ରକ ଷ୍ଟେସନରେ ଓହ୍ଲାଇଥିଲେ। ଏମାନଙ୍କର ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କୁ ଖାଦ୍ୟ ପେୟ ପ୍ରଦାନ କରାଯାଇ ନିଜ ନିଜ ଜିଲ୍ଲାକୁ ବସ୍ ଯୋଗୋ ପଠାଇଛି। ଭଦ୍ରକ ଜିଲ୍ଲାର ପ୍ରବାସୀଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକର ହୋଇଥିବା ପଞ୍ଚାୟତ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ପଠାଇ ଦିଆଯାଇଛି।

ଆଜି ମଧ୍ୟ ଆଉ୩ଟି ଟ୍ରେନ୍ ରେ ପ୍ରବାସୀ ଓଡ଼ିଆମାନେ ଆସିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜି ଭଦ୍ରକ ଷ୍ଟେସନରେ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଆସିବାର ରହିଛି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଇ ତିନି ଦିନରେ ଜିଲ୍ଲାରେ ମୋଟ ୨ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଆସିଛନ୍ତି। ଭଦ୍ରକ ଷ୍ଟେସନରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରବାସୀ ଓଡ଼ିଆମାନେ ଓହ୍ଲାଇ ନିଜ ଅଞ୍ଚଳକୁ ଯାଉଥିବା ବେଳେ ଷ୍ଟେସନ ଅଞ୍ଚଳକୁ ଆଜି ସାନିଟାଇଜ୍ କରାଯାଇଛି।

ସେହିପରି ଆଜି ମହାରାଷ୍ଟ୍ରର ଗୁଣ୍ଠୁରରୁ ଆସିଥିବା ୫୫ ଜଣ ଦାଦନ ଶ୍ରମିକଙ୍କୁ ବଲାଙ୍ଗୀର ଜିଲ୍ଲାକୁ ବସରେ ପଠାଯାଇଛି। ଏଇ ଦାଦାନ ଶ୍ରମିକମାନେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରୁ ଯାଇ ମୁଣ୍ଠୁରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କରୋନା କଟକଣା ପାଇଁ ସେଠାରେ ଲକ୍ ଡାଉନ୍ ହେବା ଆଉ ସେମାନଙ୍କୁ କାମ ଧନ୍ଦା ମିଳିଲା ନାହିଁ। ସେମାନେ ବାଧ୍ୟ ହୋଇ ସେଠାରେ ଭୋକ ବିକଳରେ ରହିଥିଲେ। ଏମାନେ ବହୁ କଷ୍ଟରେ ଟ୍ରେନ୍ ରେ ଆସି ଭଦ୍ରକରେ ପହଞ୍ଚିବା ପରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପେୟ ପ୍ରଦାନ କରାଯାଇ ଆଜି ଏକ ସ୍ବତନ୍ତ୍ର ବସ୍ ଯୋଗେୁ ସେମାନଙ୍କ ନିଜ ଜିଲ୍ଲା ବଲାଙ୍ଗୀରକୁ ପଠାଯାଇଛି। ଏମାନେ ଆଜି ଭଦ୍ରକରୁ ବଲାଙ୍ଗୀର ଯାଉଥିବାରୁ ବେଳେ ମହାରାଷ୍ଟ୍ରର ଗୁଣ୍ଠୁରରେ କିଭଳି ଦିନ ବିତାଇଥିଲେ। ସେଇ ଦୁଃଖ କାହାଣୀ କହି ଆଖିରୁ ଲୁହ ଗଡାଇ ପକାଉଥିଲେ। ନିଜର ଜନ୍ମ ମାଟି ଓଡ଼ିଶାରେ ପହଞ୍ଚି ଯାଇଛନ୍ତି। ସେମାନଙ୍କର ଆଉ କିଛି ଚିନ୍ତା ନାହିଁ ବୋଲି କିଛି ଦାଦନ ଶ୍ରମିକ ନିଜର ମନର କଥା କହୁଥିଲେ।

ସମ୍ବନ୍ଧିତ ଖବର