ଏବେସୁଦ୍ଧା ୫୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : ଗତକାଲି ସୁଦ୍ଧା ୯.୯୩ ଲକ୍ଷ ଚାଷୀମାନଙ୍କ ଠାରୁ ୫୫.୦୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ହୋଇଛି। ଗତ ଖରିଫ ଋତୁରେ ଏହି ସମୟ ଭିତରେ ୪୫.୫୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏ ବାବଦରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଅନ୍‌ଲାଇନ୍‌ ଯୋଗେ ୧୦ ହଜାର ୨୮୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶନିବାର ବିଧାନସଭାରେ ବିରୋଧୀ ଚାଷୀ ସମସ୍ୟା ନେଇ ସ୍ବତନ୍ତ୍ର ଆଲୋଚନା କରିବାକୁ ଅଡ଼ି ବସିଥିବାବେଳେ ଗୃହରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏପରି ବିବୃତି ରଖିଛନ୍ତି। କହିଛନ୍ତି, ଏବେସୁଦ୍ଧା ଧାନ ସଂଗ୍ରହରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଖରିଫ ଋତୁରେ ମୋଟ ୫୩.୩୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଚଳିତ ଖରିଫ ଧାନ ସଂଗ୍ରହ ବିଗତ ଖରିଫ ଋତୁର ଚୂଡ଼ାନ୍ତ ଧାନ କିଣା ପରିମାଣକୁ ଅତିକ୍ରମ କରିଯାଇଛି। ତେବେ ୨୦୧୯-୨୧ ଖରିଫ ବର୍ଷରେ ୫୩.୩୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇ ରେକର୍ଡ଼ ସୃଷ୍ଟି ହୋଇଥିଲା। ଅଥଚ ଚଳିତ ବର୍ଷ ଧାନ ସଂଗ୍ରହ ସର୍ବକାଳୀନ ରେକର୍ଡ଼ ବୋଲି ଗୃହରେ ଶ୍ରୀ ସ୍ବାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର