ଗଣେଶ ପୂଜା ଭୋଗ ଖାଇ ୫୫ ଅସୁସ୍ଥ

କେନ୍ଦୁଝର,: ଗଣେଶ ପୂଜା ଭୋଗ ଖାଇ କେନ୍ଦୁଝର ଜିଲ୍ଲା ପଦ୍ମପୁର ଅଞ୍ଚଳର ୫୫ରୁ ଊର୍ଦ୍ଧ୍ବ ଲୋକେ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣେ ନ‌ାବାଳକ, ୬ ଜଣ ମହିଳା ଓ ୨୦ ଜଣ ପୁରୁଷ ଚିକିତ୍ସିତ ହେଉଥିବାବେଳେ ଅନ୍ୟମା‌ନେ ଘରକୁ ଫେରିଯାଇଛନ୍ତି। ଖବରପାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଅସୁସ୍ଥଙ୍କ ଚିକିତ୍ସା କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳ ଉପସ୍ଥିତ ରହି ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ପଦ୍ମପୁର ପଦ୍ମେଶ୍ବର ମନ୍ଦିର ପରିସରରେ ଥିବା ଗଣେଶ ମନ୍ଦିରରେ ଗତକାଲି ପୂଜା ହୋଇଥିଲା। ବହୁ ଶ୍ରଦ୍ଧାଳୁ ସେଠାକୁ ଯାଇ ବିଘ୍ନରାଜଙ୍କ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ଭକ୍ତଙ୍କୁ ପଞ୍ଚାମୃତ ବଣ୍ଟନ କରାଯାଇଥିଲା। ସେଠାରେ ଉପସ୍ଥିତ ଥିବା ୫୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ପଞ୍ଚାମୃତ ସେବନ କରିଥିଲେ। ଦିନରେ କିଛି ହୋଇ ନଥିବାବେଳେ ରାତିରେ ଶୋଇବାବେଳେ ଲୋକଙ୍କ ମୁଣ୍ଡ ବିନ୍ଧିବା ସହ ବାନ୍ତି ହୋଇଥିଲା। ଆଜି ସକାଳେ ଜଣକ ପରେ ଜଣେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅସୁସ୍ଥମାନଙ୍କ ମଧ୍ୟରେ ଚିରଞ୍ଜୀବୀ ସାହୁ (୧୨), ରାଜେନ୍ଦ୍ର ସାହୁ (୨୬), ସଞ୍ଜୀବ ସାହୁ (୫୫), ସଞ୍ଜୟ ଦେହୁରୀ (୩୧), ସୁପତି ବେହେରା (୬୦), ଅଧୁବ ମହାନ୍ତ (୩୨), ମୁକେଶ ମାଝୀ(୧୫), ପ୍ରଭାସିନୀ ପୃଷ୍ଟି,(୪୫), ଗଣେଶ ସାହୁ (୨୮), ଡମ୍ବରୁଧର ସାହୁ (୮୮), ପ୍ରବୀଣ କୁମାର ସାହୁ (୪୦), ମନୋରଂଜନ ସାହୁ (୪୦), ବିକାଶ କୁମାର ସାହୁ (୩୦), ସାଧୁରମଣି ସାହୁ (୫୮), ମଧୁସ୍ମିତା ସାହୁ (୩୫), କୌଶିକ ସାହୁ (୩୦), ପୂର୍ଣ୍ଣଚନ୍ଦ୍ର ପାତ୍ର (୩୫), ଦିଦ୍ୟଲୋଚନ ସାହୁ (୩୬), ଯୁଗଜ୍ୟୋତି ପୃଷ୍ଟି (୩୩), ଦୀପାଞ୍ଜଳି ସାହୁ (୩୦), ପ୍ରଭାସିନୀ ସାହୁ (୨୭), ଗୋଲାପ ନାଏକ (୫୨), ନଳିନୀ ସାହୁ (୪୫), ନୀଳାଦ୍ରି ସାହୁ (୩୬), କନକ ସାହୁ (୨୮), ପ୍ରଭୁଶଙ୍କର ସାହୁ (୩୬), ହରିହର ଦାସ (୫୫) ପ୍ରମୁଖ ଅଛନ୍ତି। ଏ ସଂପର୍କରେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶିବଚରଣ ବାଗଙ୍କୁ ପଚାରିବାରୁ, ପଞ୍ଚାମୃତରେ କିଛି ଅପମିଶ୍ରଣ ଯୋଗୁଁ ଏହା ଖାଇବା ପରେ ଲୋକମାନେ ଅସୁସ୍ଥ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର