ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ରେ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ବର: ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ପୁଣି ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ଅପରାହ୍‌ଣରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ବରରେ ସଂଧ୍ୟା ୮ଟାରେ ରୋଡ୍ ସୋ’ କରିବେ। ମୋଦୀଙ୍କ ରାଲି ବିଜେପି ଦଳୀୟ କାର୍ଯ୍ୟାଳୟରୁ ବାହାରି ବାଣୀବିହାରରେ ପହଞ୍ଚିବ। ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ପହଂଚିଛନ୍ତି ବ୍ଲାକ କ୍ୟାଟ କମାଣ୍ଡୋ। ସୁରକ୍ଷାକର୍ମୀମାନେ ସୁରକ୍ଷା ସ୍ଥିତିର ଯାଂଚ କରିଛନ୍ତି। ରୋଡ ସୋ’ ପରେ ପ୍ରଧାନମନ୍ତ୍ରୀ ରାତିରେ ରାଜଭବନରେ ରାତ୍ରିଯାପନ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ୧୧ ତାରିଖରେ ତିନିଟି ଜନସଭାରେ ସାମିଲ ହେବେ। ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମରେ, ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଓ ଅପରାହ୍‌ଣ ୧ଟାରେ ବରଗଡ଼ ଟୋଲ ଗେଟ ପଡ଼ିଆରେ ମୋଦୀ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୋଦୀଙ୍କ ରୋଡ ସୋ’ ପାଇଁ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୫ ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଂଚ ହେଉଛି। ରୋଡ ସୋ’ ପାଇଁ କଣ ରହିଛି ସବୁ ବ୍ୟବସ୍ଥା ଦେଖନ୍ତୁ।

-ମାଷ୍ଟର କ୍ୟାଂଣ୍ଟିନ ଓ ବାଣୀବିହାର ଉଭୟ ପକ୍ଷରୁ ବନ୍ଦ ରହିବ ଯାତାୟତ
-ମୋଦୀଙ୍କ ରୋଡ ସୋ’: ସିଲ୍ ହେବ ଜନପଥ
-ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ଟ୍ରାଫିକ କଟକଣା

-ଦିନ ୨ଟାରୁ ମାଷ୍ଟର କ୍ୟାଂଣ୍ଟିନରୁ ବାଣୀବିହାର ଯାତାୟତ ବନ୍ଦ
-ଅପରାହ୍ନ ୪ଟାରୁ ବାଣୀବିହାରରୁ ମାଷ୍ଟର କ୍ୟାଂଣ୍ଟିନ ରାସ୍ତା ସିଲ

-ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ
-ଡ୍ରୋନ ଉଡ଼ାଇବା ଉପରେ ମଧ୍ୟ ରହିବ କଟକଣା

-ଅକ୍ଷୟ ତୃତୀୟ ପାଇଁ ସମୟ ପୂର୍ବରୁ କାମ ସାରିବାକୁ ପରାମର୍ଶ
-ସୁରକ୍ଷାରେ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ

-୫ ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଂଚ ଚାଲିଛି
-୧୦ ଅତିରିକ୍ତ ଡିସିପି, ୨୮ ଏସିପି

-୪୧ ଇନ୍ସପେକ୍ଟର ଓ ୧୮୦ ସବ-ଇନ୍ସପେକ୍ଟର
-ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ଚାଲିଛି

ସମ୍ବନ୍ଧିତ ଖବର