ବାରିପଦା: ନିଜ ଗ୍ରାମର ମୌଳିକ ସମସ୍ୟାର ସମାଧାନ ତଥା ବିଦ୍ୟୁତ୍ ସଂଯୋଗ ପାଇଁ ବହୁବର୍ଷ ହେଲା ଦାବି କରୁଥିଲେ। ହେଲେ ପ୍ରଶାସନ ଏହାକୁ ଗୁରୁତ୍ବ ଦେଲାନି। ତେଣୁ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ। ଘଣ୍ଟା ଘଣ୍ଟା ଧାରଣା ଦେବା ପରେ ବି କେହି ଦାବି ଶୁଣିଲେନି। ଏପଟେ ହୋଟେଲ୍ରେ ଖାଇବା ପାଇଁ ଟଙ୍କା ନଥିଲା। ତେଣୁ ସାଙ୍ଗରେ ଆଣିଥିବା ହାଣ୍ଡିଆ ପିଇଲେ ଏବଂ ପ୍ରଶାସନ ତଥା ସରକାରଙ୍କ ବିରୋଧରେ ରାସ୍ତା ଉପରେ ନାରାବାଜି କଲେ। ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି କପ୍ତିପଦା ବ୍ଲକ୍ର ୫୫ ଆଦିବାସୀ ପରିବାର।
ସୂଚନାଯୋଗ୍ୟ କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ପଞ୍ଚାୟତ ଧନାସାହିର ଏହି ୫୫ ପରିବାରଙ୍କ ପାଖରେ କୌଣସି ମୌଳିକ ସୁବିଧା ପହଞ୍ଚିପାରୁନି। ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ, ବିଜୁଳି ସଂଯୋଗ ବି ନାହିଁ। ଏପରିକି ଲୋକେ ମୋବାଇଲ୍ ଚାର୍ଜ କରିବାକୁ କପ୍ତିପଦା ବଜାରକୁ ଆସୁଛନ୍ତି। ଏଥିପାଇଁ ଦୈନିକ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ପାଣି ପାଇଁ ଖରାଦିନେ ଡହଳବିକଳ ହେଉଛନ୍ତି। ଏସବୁ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି। ହେଲେ ପ୍ରଶାସନ କିମ୍ବା ସରକାର ଏହାର ସମାଧାନ କରୁନାହାନ୍ତି। ତେଣୁ ଆଜି ସକାଳୁ ସମସ୍ତ ୫୫ ପରିବାରର ଲୋକ ବସ୍ଭଡ଼ା କରି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ହକ୍ ପାଇଁ ସ୍ବର ଉଠାଇଥିଲେ। ୨୪ ଘଣ୍ଟା ଭିତରେ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ଏବଂ ଅନ୍ୟାନ୍ୟ ସମସ୍ୟାର ତ୍ବରିତ ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀମାନେ ସନ୍ଧ୍ୟାରେ ଘରକୁ ଫେରିଥିଲେ।
ମୌଳିକ ସୁବିଧାରୁ ବଞ୍ଚିତ ୫୫ ଆଦିବାସୀ ପରିବାର: ହାଣ୍ଡିଆ ପିଇ ଧାରଣା ଦେଲେ
ନିଜ ଗ୍ରାମର ମୌଳିକ ସମସ୍ୟାର ସମାଧାନ ତଥା ବିଦ୍ୟୁତ୍ ସଂଯୋଗ ପାଇଁ ବହୁବର୍ଷ ହେଲା ଦାବି କରୁଥିଲେ। ହେଲେ ପ୍ରଶାସନ ଏହାକୁ ଗୁରୁତ୍ବ ଦେଲାନି। ତେଣୁ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ। ଘଣ୍ଟା ଘଣ୍ଟା ଧାରଣା ଦେବା ପରେ ବି କେହି ଦାବି...
/sambad/media/media_files/2025/08/06/untitled-14-2025-08-06-07-39-40.jpg)