ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାରେ ୫୫୪୯ ରୋଗୀ ଚିକିତ୍ସିତ

ଭୁବନଶ୍ବେର : ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନାରେ ଦୁର୍ଗମ ଅଞ୍ଚଳରେ ରୋଗୀଙ୍କ ଚିକିତ୍ସା ପାଇଁ ୩.୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪ଟି ଜିଲ୍ଲାରେ ୫୫୪୯ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ଏହି ଯୋଜନା ୫ବର୍ଷ ପାଇଁ ବଳବତ୍ତର ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ୨୦୨୧ ମସିହା ଡିସେମ୍ବର ୨୦ ତାରିଖରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଆରମ୍ଭ ହୋଇଛି। ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସୁପରସ୍ପେଶାଲିଟି ଡାକ୍ତରଙ୍କ ଦ୍ବାରା ରୋଗୀମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ୫.୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଉ ୨.୪ କୋଟି ଟଙ୍କା ବଳକା ରହିଛି। ନିକଟରେ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ହୋଇଥିବା ଚିକିତ୍ସା କ୍ୟାମ୍ପରେ ୮୫୦ଜଣ ସେବା ପାଇଛନ୍ତି।

ସମ୍ବନ୍ଧିତ ଖବର