ଭୁବନେଶ୍ୱର: ୫୫୫ ଜଣ ପିଜିଟି ଶିକ୍ଷକ ନିଯୁକ୍ତିକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍.ଙ୍କ ଅଧ୍ୟକ୍ଷତାରେ ବେସରକାରୀ ଅନୁଦାନପ୍ରାପ୍ତ ୨୨୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ୫୫୫ ଜଣ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା
ଏହି ବୈଠକରେ ରାଜ୍ୟର ପ୍ରବରଣ ଆୟୋଗ (ଏସଏସବି)ର ଅଧ୍ୟକ୍ଷ ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ଏବଂ ସଂପାଦକ ଡ. ମଧୁସୂଦନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍. ଆୟାର, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉପନିର୍ଦ୍ଦେଶକ ଡ. ଭାଗୀରଥି କାଣ୍ଡିଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ | ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ପ୍ରବରଣ ଆୟୋଗ ତରଫରୁ ଖୁବଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/teacher-final-a.jpg)