୨ ମେଡିକାଲ କଲେଜ ପାଇଁ ୫୬ ବିଏସ୍‌ସି ନର୍ସିଂ ଶିକ୍ଷକ ପଦବିକୁ ଅନୁମୋଦନ

ଭୁବନେଶ୍ବର : କଟକସ୍ଥିତ ଏସ୍‌ସିବି ଓ ଭିମସାର ବୁର୍ଲାରେ ଥିବା ବିଏସ୍‌ସି ନର୍ସିଂ କଲେଜ ପାଇଁ ୫୬ ଶିକ୍ଷକ ପଦବିକୁ ଅନୁମୋଦନ ମିଳିଛି। ଏସ୍‌ସିବିରେ ୩୨ଟି ପଦବି ରହିଛି। ଏଥିରେ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉପାଧ୍ୟକ୍ଷ, ଜଣେ ପ୍ରଫେସର, ୪ଜଣ ଆସୋସିଏଟ୍ ପ୍ରଫେସର, ୬ଜଣ ସହକାରୀ ପ୍ରଫେସର ଓ ୧୯ଜଣ ଟ୍ୟୁଟର ରହିଛନ୍ତି। ଏହାଛଡ଼ା ୭ଟି ପରିଚାଳନା ପଦବି ମଧ୍ୟ ସୃଷ୍ଟି କରାଯାଇଛି। ସେହିପରି ଭିମସାରରେ ୨୪ଟି ପଦବିକୁ ଅନୁମୋଦନ ମିଳିଛି। ଏଥିରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜଣେ ପ୍ରଫେସର, ୩ଜଣ ଆସୋସିଏଟ୍ ପ୍ରଫେସର, ୮ ସହକାରୀ ପ୍ରଫେସର ଓ ୧୦ଜଣ ଟ୍ୟୁଟର ଅଛନ୍ତି। ଏହାସହ ୭ଟି ପରିଚାଳନା ପଦବିକୁ ଅନୁମୋଦନ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପଦବିଗୁଡ଼ିକୁ ଅନୁମୋଦନ କରିଛନ୍ତି। ଏହି ଦୁଇ ପ୍ରତିଷ୍ଠାନ ପାଇଁ ସମୁଦାୟ ୭୦ଟି ପଦବି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର