ଜଣେ କରୋନା ଯୋଦ୍ଧା ସମେତ କଟକ ଜିଲ୍ଲାରୁ ୫୬ ପଜିଟିଭ ଚିହ୍ନଟ, କଳାହାଣ୍ଡିରେ ୧୫ ଆକ୍ରାନ୍ତ

କଟକ/କଳାହାଣ୍ଡି: ଜଣେ କରୋନା ଯୋଦ୍ଧାଙ୍କ ସମେତ କଟକ ଜିଲ୍ଲାରୁ ଆଜି ୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । କଟକ ମହାନଗର ନିଗମ ଅଂଚଳରୁ ୫୪ ଜଣ, ଟାଙ୍ଗୀରୁ ଜଣେ ଓ କନ୍ଦରପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି କଳାହାଣ୍ଡି ଜିଲ୍ଲାରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଂଚିଛି । ନୂଆ ଆକ୍ରାନ୍ତମାନେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଭୁବନେଶ୍ୱର ଯାଇଥିଲେ । ୧୫ ଜଣଙ୍କ ମଧ୍ୟରୁ ୧୧ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ ଓ ୪ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଭବାନୀପାଟଣାସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର