କେନ୍ଦୁଝରରୁ ୫୬ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରୁ ପୁଣି ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୭୩୮ରେ ପହଞ୍ଚିଛି। ସେଥିରୁ ୮ ହଜାର ୨୧୨ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ବର୍ତ୍ତମାନ ୪୮୯ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।

ସେହିପରି ଏପର୍ଯ୍ୟନ୍ତ ଜିଲ୍ଲାରେ ୩୭ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୧୩୪୨ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ସେଥିରୁ ୫୬ଜଣଙ୍କ ରିପୋର୍ଟ ପିଜିଟିଭ ଆସିଛି। ଝୁମ୍ପୁରା ବ୍ଲକ୍‌ରୁ ୪ଜଣ, ଯୋଡ଼ା ବ୍ଲକ୍‌ରୁ ୪ଜଣ, ଯୋଡ଼ା ପୌରାଞ୍ଚଳରୁ ୩ଜଣ, କେନ୍ଦୁଝର ପୌରାଞ୍ଚଳରୁ ୬ଜଣ, ପାଟଣା ବ୍ଲକ୍‌ରୁ ୩ଜଣ, ସଦର ବ୍ଲକ୍‌ରୁ ୩ଜଣ, ଆନନ୍ଦପୁର ବ୍ଲକ୍‌ରୁ ଜଣେ, ଆନନ୍ଦପୁର ପୌରାଞ୍ଚଳରୁ ଜଣେ, ବଡ଼ବିଲ ପୌରାଞ୍ଚଳରୁ ୭ଜଣ, ବାଂଶପାଳ ବ୍ଲକ୍‌ରୁ ଜଣେ, ଚମ୍ପୁଆ ବ୍ଲକ୍‌ରୁ ୫ ଜଣ, ଘସିପୁରା ବ୍ଲକ୍‌ରୁ ୧୧ଜଣ ଓ ହାଟଡିହି ବ୍ଲକ୍‌ରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର