ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞ ପାଇଁ ମଙ୍ଗଳବାର ପୂର୍ବାହ୍‌ଣରେ ବିଶାଳ ଓ ଭବ୍ୟ କଳସଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରିଛି। ଏହି କଳସଯାତ୍ରା କେନ୍ଦୁପାଲିସ୍ଥିତ ବିଶ୍ବଶାନ୍ତି ନାମଯଜ୍ଞ ମଣ୍ଡପରେ ପହଞ୍ଚିଛି। ବୈଦିକ ରୀତିରେ ପୂଜାର୍ଚ୍ଚନା ପରେ ତ୍ରିବେଣୀ ସଙ୍ଗମରୁ ଆସିଥିବା ଗଙ୍ଗା ଜଳରେ ପୂର୍ଣ୍ଣକଳସରେ ଶୋଭାଯାତ୍ରା ବୀରମହାରାଜପୁର ମୁଖ୍ୟ ଛକ ଠାରୁ ଆରମ୍ଭ ‌ହୋଇ ରଥିସାହି, ହନୁମାନ ଛକ ଦେଇ ଯଜ୍ଞମଣ୍ଡପରେ ପହଞ୍ଚିଥିଲା। ଏହି କଳସ ଯାତ୍ରାରେ ପ୍ରାୟ ୩୦୦୦ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ହରିବୋଳ, ହୁଳହୁଳି, ପାରଂପରିକ ବାଦ୍ୟର ତାଳେତାଳେ ‌ନାମଯଜ୍ଞସ୍ଥଳକୁ ମହିଳାମାନେ ମୁଣ୍ଡରେ କଳସ ବୋହି ପହଞ୍ଚି ଥିଲେ। ପ୍ରାୟ ଦେଢ଼ କିଲୋମିଟର ରାସ୍ତାଟି ସଂପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଯାଇଥିଲା। ୪୦ ବର୍ଷ ପରେ କେନ୍ଦୁପାଲି ଗ୍ରାମରେ ଏହି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଉଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ଉତ୍ସାହିତ ଦେଖାଯାଇଥିଲେ।

Advertisment

publive-image

ଆଜିର କଳସ ଶୋଭାଯାତ୍ରାରେ କମିଟି ସଭାପତି ତଥା କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ପତି, ପରିଚାଳନା ସମ୍ପାଦକ ତ୍ରିଲୋଚନ (ମାନା) ମେହେର, ବରିଷ୍ଠ ଉପସଭାପତି ବିଷ୍ଣୁ ଚରଣ ପଣ୍ଡା, ସାଧାରଣ ସମ୍ପାଦକ ନବକୃଷ୍ଣ ମେହେର, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସେଠୀ, ବେଣୁଧର ମେହେର, ସଂଯୋଜକ ଯୁଗଳ କିଶୋର ମିଶ୍ର, ବରିଷ୍ଠ ଉପଦେଷ୍ଟା ଭଗବାନ ମିଶ୍ର, ପ୍ରସାଦ କମିଟିର ମୁଖ୍ୟ ଦୟାନିଧି ହୋତା, ଅକ୍ଷୟ କୁମାର ମିଶ୍ର, ଦାମ ହୋତା, ପଣ୍ଡିତ ବଳରାମ ଶତପଥୀ, ସୌମିତ୍ରୀ ମେହେର, ଧୀରେନ୍ଦ୍ର ବାଘ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବାଗବର ସରପଞ୍ଚ ନିରୁପମା ବଗର୍ତ୍ତିଙ୍କ ସହିତ ସାମ୍ବାଦିକ ରବୀନ୍ଦ୍ର ହୋତା, ରାଧାକାନ୍ତ ବାଘ, ଶେଷ ଦେବ ବାରିକ୍‌, ସତ୍ୟବାନ ପୁରୋହିତ, ସୁଧୀର ବିଶ୍ବାଳ, ନିଲକମର ମିଶ୍ର, ସତ୍ୟବ୍ରତ ପ୍ରଧାନ, ଶତୃଘ୍ନ ମେହେରଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀଙ୍କ ସହିତ ପ୍ରାୟ ଛଅ ହଜାରରୁ ଅଧିକ ଭକ୍ତ ସାମିଲ ହୋଇଥିଲେ।

publive-image

କେନ୍ଦୁପାଲି ଗ୍ରାମରେ ନାମଯଜ୍ଞ ପାଇଁ ଗତ ଡିସେମ୍ବର ୯ ତାରିଖ ଦିନ ମୂଳଦୂଆ ପଡ଼ିଥିଲା। ସେହିଦିନ ହିଁ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଗ୍ରାମର ଗୌନ୍ତିଆ ଶମ୍ଭୁ ମଲ୍ଲିକ ସ୍ବସ୍ତିକ ପୂଜାରେ କର୍ତ୍ତା ଭାବରେ ରହିଥିବାବେଳେ ପଣ୍ଡିତ ରାମକୃଷ୍ଣ ପଣ୍ଡା, ଭିକାରୀ ପଣ୍ଡା, ବାମନ ପଣ୍ଡା, ମଧୁସୂଦନ ରଥ, ସଦାନନ୍ଦ ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ଶାନ୍ତିଶୃଙ୍ଖଳା ପାଇଁ ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ, ଭାରପ୍ରାପ୍ତ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ଦିଗାଲଙ୍କ ସମେତ ପୁଲିସ ଫୋର୍ସ ଉପସ୍ଥିତ ଥିଲେ। ସୋମବାର (ମାର୍ଚ୍ଚ ୧୧ ତାରିଖ) ଅଙ୍କୁରାରୋପଣ କରାଯାଇଥିବା ବେଳେ ୧୩ ରୁ ଛପନ ପ୍ରହରୀ ନାମଜଜ୍ଞ, ଭାଗବତ ସପ୍ତାହ ପାରାୟଣ, ପ୍ରବଚନ ଓ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୦ ପୂଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନାମଯଜ୍ଞକୁ ଆସୁଥିବା ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଛି ବୋଲି କମିଟିର ସଂଯୋଜକ ଯୁଗଳ କିଶୋର ମିଶ୍ର ସୂଚନା ଦେଇଛନ୍ତି।

publive-image

ପୂର୍ବରେ ଜଗନ୍ନାଥ ଦ୍ବାର, ପଶ୍ଚିମରେ ନୃସିଂହନାଥ, ଉତ୍ତରରେ ଅଯୋଧ୍ୟାର ରାମମନ୍ଦିର ଓ ଦକ୍ଷିଣରେ ଦ୍ବାରିକାନାଥ ମନ୍ଦିରର ସଦୃଶ ତୋରଣ ନିର୍ମାଣ କରାଯାଇଛି। ମଣ୍ଡଳୀର ଶୀର୍ଷ, ମଝି ଓ ତଳ ଅଂଶ ଘୁରିବ। ଏହା ଦ୍ବାରା ଦର୍ଶକମାନେ ଦୂରରୁ ଥାଇ ସବୁ ମୂର୍ତ୍ତିଗୁଡ଼ିକ ଦେଖିବାରେ ସୁବିଧା ହେବ। ଏତଦ୍‌ ବ୍ୟତୀତ ସତ୍ୟ, ଦ୍ବାପର, ତ୍ରେତୟା ଓ କଳିଯୁଗରେ ଭଗବାନଙ୍କ ଲୀଳାଖେଳା ଉପରେ ଆଧାରିତ ମୂର୍ତ୍ତି ନିର୍ମାଣ କରାଯାଇଛି।