ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୫୬୫ଜଣ କରୋନା ଆକ୍ରାନ୍ତ, ୭୯୭୨ରେ ପହଞ୍ଚିଲା ମୋଟ ସୁସ୍ଥ ସଂଖ୍ୟା

ଭୁବନେଶ୍ବର : ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବ‌ାଧିକ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ୨୪ଟି ଜିଲ୍ଲାରୁ ସର୍ବାଧିକ ୫୬୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୭୯୭୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି । ଆଜି ଏ ନେଇ ଟୁଇଟ୍ କରି  ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ୫୬୫ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୧୮୫ଜଣ, ରାୟଗଡ଼ାରୁ ୮୫ଜଣ, ବଲାଙ୍ଗୀରରୁ ୪୫ଜଣ, କଟକରୁ ୩୨ଜଣ, ମାଲକାନଗିରିରୁ ୩୦ଜଣ, ବରଗଡ଼ରୁ ୨୪ଜଣ, ସୁନ୍ଦରଗଡ଼ରୁ ୨୪ଜଣ, ଅନୁଗୁଳରୁ ୨୩ଜଣ, ବାଲେଶ୍ବରରୁ ୧୭ଜଣ, ଜଗତସିଂହପୁରରୁ ୧୭ଜଣ, ଖୋର୍ଦ୍ଧାରୁ ୧୫ଜଣ, ଯାଜପୁରରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, ଗଜପତି, ଝାରସୁଗୁଡ଼ା ଏବଂ ନବରଙ୍ଗପୁରରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରୁ ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ‌ହୋଇଛନ୍ତି। ସେହିଭଳି ଭଦ୍ରକୁ ୪ଜଣ, ପୁରୀରୁ ୩ଜଣ, ଢ଼େଙ୍କାନାଳ ଏବଂ କେନ୍ଦୁଝରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ, କନ୍ଧମାଳ ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସୂଚନା ମୁତାବକ, ଆଜି ରାଜ୍ୟରେ ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଥିଲା। ଏମାନଙ୍କ ଭିତରୁ ୨୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୫୦୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଥିଲା। ଏବେ ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୨୮ ରହିଛି।

ସମ୍ବନ୍ଧିତ ଖବର