ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା କ୍ରମାଗତ ବଢିବାରେ ଲାଗିଛି । ୨୦୨୩ରେ ରାଜ୍ୟରେ  ମୋଟ   ୧୨ ହଜାର ୫୨ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ସଡ଼କ ଦୁର୍ଘଟଣାରେ ୫ ହଜାର ୬୯୬ ଜଣଙ୍କ ଜୀବନ ଯାଇଛି ।  ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ଘଟିଥିଲା ।

Advertisment

ସେହିପରି  ୧୦ ହଜାର ୪୧୯ ଜଣ ଆହତ ହୋଇଛନ୍ତି ବୋଲି ବିଧାନସଭାରେ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ଦେଇଛନ୍ତି । 

ଅଧିକ ପଢ଼ନ୍ତୁ:ସୁଭଦ୍ରା ଯୋଜନା: ଦିନ-ରାତି ଜନସେବା କେନ୍ଦ୍ରରେ ଲାଇନରେ ଲୋକେ

ସେହିପରି ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ଟି ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨୬ ହଜାର ୩୨୫ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ:ବିଧାନସଭାରେ ରେଭେନ୍‌ସା ଝଡ଼: ଶୂନ୍ୟକାଳରେ ଶାସକ ବିରୋଧୀ ମୁହାଁମୁହିଁ