କରୋନା ମୁକାବିଲା କରୁଛନ୍ତି କୋଭିଡ ଯୋଦ୍ଧା, ରାଜ୍ୟରେ ସୁସ୍ଥ ହୋଇସାରିଛନ୍ତି ୫୭.୭୨ ପ୍ରତିଶତ ରୋଗୀ

ବୌଦ୍ଧ ଜିଲ୍ଲାକୁ ୧୦ ତାରିଖ ଛୁଇଁ ଥିଲା କରୋନା ଭାଇରସ, ଏଯାଏଁ ସମସ୍ତ ୩୩ ଜଣ ସୁସ୍ଥ

ଭୁବନେଶ୍ୱର: ରାଜ୍ୟର କୋଭିଡ ଯୋଦ୍ଧାମାନଙ୍କର ସଫଳ ମୁକାବିଲା ପାଇଁ ରାଜ୍ୟରେ କରୋନା ସଂକ୍ରମିତ ରୋଗୀମାନେ ଦିନକୁ ଦିନ ଅଧିକ ସୁସ୍ଥ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ଚିହ୍ନଟ ୧୮୧୯ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୫୭. ୭୨ ପ୍ରତିଶତ ଅର୍ଥାତ ୧୦୫୦ ଜଣ ସୁସ୍ଥ ହୋଇସାରିଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସୁବ୍ୟବସ୍ଥା ସହ ପ୍ରଶାସନିକ ସହଯୋଗ ଯୋଗୁଁ ଏଭଳି ହୋଇପାରିଛି । ସେହିଭଳି ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀମାନେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖିଥିବା ଦୃଷ୍ଟିଗୋଚର ହେଉଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୭୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିରୁ ୯୭୭ ଜଣ କରୋନାରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହୋଇଥିଲେ । ଅର୍ଥାତ ରାଜ୍ୟରେ କରୋନାରୁ ୫୬.୭୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ । ସେହିପରି ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ ୧୬୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିରୁ ୮୮୭ ଜଣ ସୁସ୍ଥ ହୋଇଥିଲେ । ଅର୍ଥାତ ୨୮ ତାରିଖ ଯାଏଁ ରାଜ୍ୟରେ କରୋନାରୁ ୫୩.୪୩ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ ।

Zee News

କରୋନା ଭାଇରସ ଓ ଗଂଜାମ ଜିଲ୍ଲାକୁ ନେଇ ରାଜ୍ୟବାସୀ ଏକଦା ଚିନ୍ତିତ ଥିବା ବେଳେ ଏବେ ଗଂଜାମରେ ୭୮.୭୧ ପ୍ରତିଶତ ଅର୍ଥାତ ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଜିଲ୍ଲାରେ ଏବେ ୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୮୪ ପ୍ରତିଶତ ଅର୍ଥାତ ୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ଏବେ ମାତ୍ର ୧୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

ବୌଦ୍ଧ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଗତ ୧୦ ତାରିଖରେ ଚିହ୍ନଟ ହୋଇଥିଲା । ଜିଲ୍ଲାରେ ୩ ଜଣ ଯୁବକଙ୍କ ନମୁନା ରିପୋର୍ଟ ପଜିଟଭ ଆସିଥିଲା । କିନ୍ତୁ ବୌଦ୍ଧ ଜିଲ୍ଲାରେ ୨୦ ଦିନ ଭିତରେ ସମସ୍ତ ୩୩ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ସମ୍ବନ୍ଧିତ ଖବର