ଭୁବନେଶ୍ବର: ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ପୁଣି ସୁସ୍ଥ ହୋଇଛନ୍ତି ୫୭ କରୋନା ଆକ୍ରାନ୍ତ। ଏହା ଫଳରେ ରାଜ୍ୟରେ ସମୁଦାୟ ୨୭୭ ଜଣ କରେନା ସଂକ୍ରମିତ ହେବା ପରେ ଚିକିତ୍ସାଲାଭ କରି ସୁସ୍ଥ ହୋଇଛନ୍ତି। କେବଳ ସେତିକି ନୁହେଁ, ପ୍ରଥମେ କରୋନା ଚିହ୍ନଟ ହୋଇଥିବା ରାଜଧାନୀ ଭୁବନେଶ୍ବର କରୋନା ଆକ୍ରାନ୍ତ ଶୂନ୍ୟ ହୋଇଛି। ଅର୍ଥାତ ରାଜଧାନୀ ଭୁବନେଶ୍ବରରେ ଜଣେ ହେଲେ ସକ୍ରିୟ କରୋନା ଆକ୍ରାନ୍ତ ନ ଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ରାଜଧାନୀ ଭୁବନେଶ୍ବର ସହିତ କରୋନାମୁକ୍ତ ହୋଇଛି ଜଗତସିଂହପୁର ଜିଲ୍ଲା।
Another 57 Covid patients have recovered and are being discharged.
40 are from Ganjam
5 are from Jagatsinghpur
4 are from Mayurbhanj
3 are from Bhubaneswar
2 are from Bolangir
1 each from Sundergarh, Balasore and Kendrapara.— H & FW Dept Odisha (@HFWOdisha) May 18, 2020
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଟୁଇଟ୍ ଅନୁଯାୟୀ ଗଞ୍ଜାମରୁ ୪୦ ଜଣ, ଜଗତସିଂହପୁରରୁ ୫ ଜଣ, ମୟୂରଭଞ୍ଜରୁ ୪ ଜଣ, ଭୁବନେଶ୍ବରରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ ଏବଂ ସୁନ୍ଦରଗଡ଼,ବାଲେଶ୍ବର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୯୫କୁ ହ୍ରାସ ପାଇ ଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାଜ୍ୟରେ ଆଜି ସକାଳେ ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି ଦେଲେ ଅବଶିଷ୍ଟ ୪୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଶେଷ ଜଣକ ଜେଲରେ ଥିବାର ସୂଚନା ମିଳିଛି, ଉକ୍ତ ଆକ୍ରାନ୍ତ ପୁରୀର ବୋଲି ଜଣାଯାଇଛି।
୪୮ ପଜିଟିଭ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ୨ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ କେନ୍ଦ୍ରାପଡ଼ାରୁ ୩ଜଣ, ପୁରୀରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ ଏବଂ ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।