ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଆଜିଠାରୁ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୫୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। କଳା ବିଭାଗରେ ସବୁଠାରୁ ଅଧିକ ୩୧ ହଜାର ଛାତ୍ରଛାତ୍ରୀ ନାମଲେଖାଇଥିବା ବେଳେ ବିଜ୍ଞାନରେ ୨୦ ହଜାର ୫୦୦ ଓ ବାଣିଜ୍ୟ ବିଭାଗରେ ପ୍ରାୟ ୬ ହଜାର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।
ଚଳିତବର୍ଷ ନାମଲେଖା ପାଇଁ ୩ ଲକ୍ଷ ୭୬ ହଜାର ୪୧୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୩ ଲକ୍ଷ ୪୧ ହଜାର ୯୨୭ ଜଣ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିଲେ। କଳା ବିଭାଗରେ ୨ ଲକ୍ଷ ୧୮ ହଜାର ୪୨୫, ବିଜ୍ଞାନରେ ୮୭ ହଜାର ୧୧୧, ବାଣିଜ୍ୟରେ ୨୨ ହଜାର ୬୯୦, ସଂସ୍କୃତରେ ୮ ହଜାର ୩୬ ଜଣ, ଧନ୍ଧାମୂଳକ ଶିକ୍ଷାରେ ୫ ହଜାର ୬୬୫ ଜଣ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୫ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୦ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ବାହାରିବ। ଏଥିପାଇଁ ଜୁଲାଇ ୧୧ ଓ ୧୨ରେ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୬ରେ ବଳକା ସିଟ୍ ପାଇଁ ତାଲିକା ବାହାରିବ। ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୧ ମଧ୍ୟରେ ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/admi.jpg)