ଖୋର୍ଦ୍ଧା: ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର । ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର୍ । ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକମାନେ ବିରଳ ଅସ୍ତ୍ରୋପ୍ରଚାର କରି ଏତେ ବଡ ଟ୍ୟୁମରକୁ ବାହାର କରିଛନ୍ତି । ଏହି ହସ୍ପିଟାଲର ସର୍ଜନ ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଦୀର୍ଘ ୫ ଘଣ୍ଟା ଧରି ଅପରେସନ କରିବା ପରେ ଏହି ସଫଳତା ମିଳିଛି । ଏବେ ମହିଳା ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।
/sambad/media/post_attachments/1a32e0b870bc0e131010339534e4772f9c83df2d93c5b7eaedc615374dea25f6.jpg)
ମହିଳାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ପୁଲମତି ନାମକ ଜଣେ ମହିଳାଙ୍କ ପେଟରେ ଏହି ବିରାଟ ଟ୍ୟୁମର୍ ହୋଇଥିଲା । ଏହାର ଚିକିତ୍ସା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିଥିଲେ ଫୁଲମତିଙ୍କ ପରିବାର । ହେଲେ ଚିକିତ୍ସା ହୋଇ ନପାରିବାରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପୁଲମତି। ଆର୍ଥିକ ଅନଟନ ଯୋଗୁଁ ବଡ଼ ହସ୍ପିଟାଲକୁ ଯାଇ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ତେଣୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ମଧ୍ୟ ସାହାଯ୍ୟ ମାଗିଥିଲେ ପୁଲମତିଙ୍କ ପରିବାର । ଏହାକୁ ଦେଖିବା ପରେ ସହାୟତାର ହାତ ବଢ଼ାଇଥିଲା ସାଇ ସେବା ସଦନ, ଯାହା ପରେ ତାଙ୍କର ଅପରେସନ୍ ହୋଇପାରିଥିବା ଜଣାପଡ଼ିଛି |