ସିନିୟର ସିଭିଲ ଜଜ୍ କ୍ୟାଡରରେ ପୂରଣ ହେବ ୫୮ ପଦବି

କଟକ : ୨୦୧୯ରେ ସିନିୟର ସିଭିଲ ଜଜ୍ କ୍ୟାଡ‌ରରେ ଖାଲି ପଡିଥିବା ପଦବି ପୂରଣ ସଂପର୍କରେ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ସିନିୟର ସିଭିଲ ଜଜ୍ କ୍ୟାଡରରେ ୩୯ଟି ପଦବି ଖାଲି ପଡିଛି। ଆସନ୍ତା ଏକ ବର୍ଷ ମଧ୍ୟରେ ୧୯ଟି ପଦବି ଖାଲି ପଡିବାର ସମ୍ଭାବନା ରହିଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଫଳରେ ମୋଟ ୫୮ଟି ସିନିୟର ସିଭିଲ ଜଜ୍ ପଦ ପୂରଣ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର