ରାଜ୍ୟରେ ଖାଲି ପଡ଼ିଛି ୫୮୩୩ ଶିକ୍ଷକ ପଦବି

ଭୁବନେଶ୍ବର : ରାଜ୍ୟରେ ୩୨୦୭ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ରହିଛି। ଏହି ଉଚ୍ଚ ବିଦ୍ୟାଳୟମାନଙ୍କରେ ୧୯,୯୯୯ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଅବସର ଓ ଅନ୍ୟାନ୍ୟ କାରଣ ପାଇଁ ୫୮୩୩ଟି ପଦବି ଖାଲି ପଡ଼ିଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାଶ କହିଛନ୍ତି ଯେ ବିଦ୍ୟାଳୟରେ ଖାଲିଥିବା ପ୍ରଧାନଶିକ୍ଷକଙ୍କ ସଂଖ୍ୟା ୮୯୧, ଟିଜିଟି ପିସିଏମ୍‌ରେ ୭୯୮, ଟିଜିଟି ସିବିଜେଡ୍ ୮୪୪, ଟିଜିଟି ଆର୍ଟସ ୧୭୮୨, ହିନ୍ଦୀ ୪୯୯, ସଂସ୍କୃତ ୫୧୪, ପିଇଟି ୪୯୮ ଓ ଉର୍ଦ୍ଦୁରେ ୭ ପଦବି ଖାଲି ରହିଛି। ଏହି ବିଦ୍ୟାଳୟମାନଙ୍କରେ ଖାଲିଥିବା ଶିକ୍ଷକ ପଦବିରେ ଆବଶ୍ୟକତା ଅନୁଯାୟୀ ସରକାର ଅତିଥି ଶିକ୍ଷକ ନିୟୋଜନର ବ୍ୟବସ୍ଥା କରିଛନ୍ତି। ଏହି ପଦବିଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର