ଭୁବନେଶ୍ୱର/ପାରଳାଖେମୁଣ୍ଡି: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବା ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସତର୍କ ହୋଇଯାଇଛନ୍ତି। ବାତ୍ୟା ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମୁହାଁଉ ଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଗଜପତି ଜିଲ୍ଲାର ୭ଟି ବ୍ଲକରୁ ୧୫ଟି ଗାଁରୁ ଶନିବାର ସନ୍ଧ୍ୟା ସୁଦ୍ଧା ୧୫ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୫୮୬ ଜଣଙ୍କୁ ରଖାଯାଇଛି। ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସୁଦ୍ଧା ୮ ହଜାର ଲୋକଙ୍କୁ ଉଦ୍ଧାର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।
/sambad/media/post_attachments/wp-content/uploads/2021/09/a5f2640a-04cb-46a4-ae20-0711f9ad31e1.jpg)
ସୂଚନାଯୋଗ୍ୟ, ବାତ୍ୟା ‘ଗୁଲାବ’ରେ ପରିଣତ ହୋଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ମୁହାଁଇଛି। ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ଗୁଲାବ’ ସଂପର୍କରେ ସୂଚନା ଦେଇ କହିଛି ଯେ ଆଜି (ଶନିବାର) ଅପରାହ୍ନ ୫ଟା୩୦ ସୁଦ୍ଧା ବାତ୍ୟା ‘ଗୁଲାବ’ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶାର ଗୋପାଳପୁର ଠାରୁ ୩୭୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୪୪୦ କିଲୋମିଟର ଦୂରରେ ରହିଛିଯ ଆସନ୍ତାକାଲି (ରବିବାର) ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଉର୍ଦ୍ଧ୍ୱ ବେଗରେ ପବନ ବହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/612af860-6fce-4177-9e34-a4f2d4231ecd.jpg)