ଝାରସୁଗୁଡ଼ା: ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ା ଠାରେ ହେବାକୁ ଥିବା ବାଇପାସ ରାସ୍ତା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ୫୮୭.୧୦ କୋଟି ଟଙ୍କା ମଞ୍ଜୁର କରିଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଆଜି ତାଙ୍କ ଟୁଇଟର ଏକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି।

Advertisment

publive-image

ଏହି ରାସ୍ତା ଝାରସୁଗୁଡ଼ା ବୁଢ଼ିପଦର ଠାରୁ ବାହାରି ପତ୍ରାପାଲି ଠାରେ ବାହାରିବ। ଏଥିପାଇଁ ସର୍ଭେ ଓ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଥିବା ବେଳେ ୩୧.୨୪ କିମି ଲମ୍ବା ଏହି ରାସ୍ତା ନିର୍ମାଣ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜଣାଯାଇଛି। ଗତ ମାସ ୨୧ ତାରିଖ ଦିନ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ରାସ୍ତା ନିର୍ମାଣ ସାଇଟ ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦଶ ଦେଇ ସାରିଛନ୍ତି। ଏହି ରାସ୍ତାରେ ହାତୀ ଓ ଅନ୍ୟ ଜଙ୍ଗଲି ଜନ୍ତୁଙ୍କ ସୁଗମ ଯାତାୟକ ପାଇଁ ଅଣ୍ଡର ପାସ ଷ୍ଟ୍ରକଚର ବ୍ୟବସ୍ଥା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରି ସୂଚନା ଦେଇଛନ୍ତି।