ଦ୍ବିତୀୟ ଲହରରେ ଭୁବନେଶ୍ବରରୁ ଆଜି ସର୍ବାଧିକ ୫୯୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୯ସୁସ୍ଥ

ଭୁବନେଶ୍ବର: ଆଜି ପୁଣି ଭୁବନେଶ୍ବରରେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ଦ୍ବିତୀୟ ଲହରରେ ୫୯୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୩୦ ଓ ସ୍ଥାନୀୟ ଅଚଂଳରୁ ୪୬୦ସଂକ୍ରମିତ ଅଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ୩୭ ହଜାର ୭୯୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ସୂଚନାଯୋଗ୍ୟ ଭୁବନେଶ୍ବରରେ ଗତକାଲି ୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Image

ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୩୯ ଜଣ ଆକ୍ରାନ୍ତ । ଏଥି ସହିତ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୮୭କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଏବେ ୪୦୩୬ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୫୦ ହୋଇଛି।

Image

ସଂଗରୋଧରୁ ଚିହ୍ନଟ ହୋଇଥିବା ୧୩୦ଜଣଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୧୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି।  ସେହିଭଳି ସ୍ଥାନୀୟ ଅଚଂଳରୁ ଚିହ୍ନଟ ହୋଇଥିବା ୪୬୦ଜଣଙ୍କ ମଧ୍ୟରୁ ନିଉ ଏଜି କଲୋନୀର ସର୍ବାଧିକ ୨୫ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର