୧୩ ହଜାର ଟପିଲା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଗଞ୍ଜାମ ଜିଲ୍ଲାରୁ  ସର୍ବାଧିକ ୨୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬, କୋରାପୁଟରୁ ୪୪ , ମାଲକାନଗିରିରୁ ୩୬, ଗଜପତିରୁ ୨୦, ମୟୂରଭଞ୍ଜରୁ ୧୪, ବାଲେଶ୍ବର, ଭଦ୍ରକ ଓ କଟକରୁ ୧୧ ଜଣ ଲେଖାଏଁ ଚିହ୍ନଟ, ପୁରୀରୁ ୧୦, ସୁନ୍ଦରଗଡ଼ରୁ ୮, ଜଗତସିଂହପୁର ଓ ନୟାଗଡ଼ରୁ ୫ ଜଣ ଲେଖାଏଁ , କଳାହାଣ୍ଡିରୁ ୪, ବରଗଡ଼ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ , କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ, ବଲାଙ୍ଗିରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୮୩୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ ରହିଛି।

ସମ୍ବନ୍ଧିତ ଖବର