ଭୁବନେଶ୍ବର: ୫ଜି ଆସିବା ପରେ ଓଡ଼ିଶାରେ ବଡ଼ ପରିବର୍ତ୍ତନ ଘଟିବ ବୋଲି କେନ୍ଦ୍ର ରେଳ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଓଡ଼ିଶାରେ ୫ଜି ଟେଲିକମ୍ ସେବାର ଉଦଘାଟନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗକୁ ଏହା ସମ୍ଭବ ହୋଇଛି। ମୋଦୀଜୀ ଓଡ଼ିଶାକୁ ଟେଲିକମ କ୍ଷେତ୍ରର ବିକାଶ ଲାଗି ୫ ହଜାର ୬୦୦ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାରେ ୧୦୦୦ ଟାୱାର ବସାଯିବ। ଏହାଫଳରେ ପ୍ରାୟ ୭ ହଜାର ଗାଁ ସହ ଟେିଯୋଗାଯୋଗ ହେବ। ଆଜି ଓଡ଼ିଶାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ୧୦୦ଟି ନୂଆ ଟାୱାରକୁ କାର୍ଯ୍ୟକ୍ଷମ କରାଯାଇଛି। କଳାହାଣ୍ଡି, ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲାରେ ଏହି ନୂଆ ଟାୱାର ପ୍ରତିଷ୍ଠା କରାଯାଇଛି।
/sambad/media/post_attachments/wp-content/uploads/2023/01/cb23cd21-229a-4aeb-b371-ba4facb87140-1024x768.jpg)
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ ହୋଇଛି। ଏଥିଲାଗି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ୫ଜି ଟେଲିକମ୍ ସେବାର ଶୁଭାରମ୍ଭ କରିଛନ୍ତି।
ଓଡ଼ିଶାରେ ୫ଜି ସେବା ଆରମ୍ଭ କରିବା ପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି। ଭୁବନେଶ୍ବର, କଟକ ସମେତ ରାଜ୍ୟ ଆଉ କିଛି ସହରର କିଛି ଅଞ୍ଚଳରେ ଏହି ୫ଜି ସେବା ଉପଲବ୍ଧ ହେବ। ଏହାକୁ କେବଳ ୫ଜି ମୋବାଇଲ୍ ଥିବା ଉପଭୋକ୍ତା ବ୍ୟବହାର କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/f2563361-16ef-4adf-b5c1-bcdd90762944.jpg)