ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା କେନ୍ଦୁପତ୍ର ଗୋଦାମ ଗୃହର ଆଜବେଷ୍ଟସ ଉପରେ ହଠାତ ଗୋଟିଏ ୫ କିଲୋ ଓଜନର ବରଫ ଖଣ୍ଡ ଆକାଶ ମାର୍ଗରୁ ଖସିଛି। ଗୋଦାମ ଗୃହର ଆଜବେଷ୍ଟସ ଭାଙ୍ଗି ଚୁରମାର ହୋଇଯାଇଛି । ସନ୍ଧ୍ୟା ୬ଟାରେ ହଠାତ ବର୍ଷା ହୋଇଥିଲା। ଏହାର ୫ ମିନିଟ ପରେ ବର୍ଷା ଛାଡିବାରୁ ଆକାଶ ମାର୍ଗରୁ ୫କିଲୋରୁ ଊର୍ଦ୍ଧ୍ୱ ହେବ ବରଫ ପଡିଥିଲା । ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଶବ୍ଦ ଶୁଣି ଚମକି ପଡ଼ିଥିଲେ । ସେଠାକୁ ଗଲା ବେଳକୁ ବିରାଟକାୟ ବରଫ ପଡି ରହିଛି । ଏହା ଦେଖିବା କ୍ଷଣି ଅଫିସରେ କାର୍ଯ୍ୟରତ କର୍ମଚାର ଭୟଭୀତ ହୋଇଯାଇଥିଲେ । ଆଶ୍ଚର୍ଯ୍ୟର କଥା କି ଗୋଟିଏ ଜାଗାରେ ୫ କେଜିର ବରଫ ଖଣ୍ଡ ପଡିବା ନୂଆ ହୋଇଥିବାରୁ ଦେଖିବାପାଇଁ ପଡାବାସୀ ଧାଇଁ ଆସିଥିଲେ। ଅଗଷ୍ଟ ମାସରେ ତୁଷାରପାତ ବର୍ଷା ହେବା ନୂଆକଥା ହୋଇଥିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ୫କିଲୋ ଓଜନର ବରଫ ଖଣ୍ଡ କୌଣସି ବ୍ୟକ୍ତିଙ୍କ ଉପରେ ପଡ଼ି ନଥିବାରୁ ସ୍ଥାନୀୟ ଲୋକେ ଆଶ୍ବସ୍ତି ଅନୁଭବ କରିଛନ୍ତି।
୫ କିଲୋର ବରଫ ଖଣ୍ଡ ପଡ଼ି କେନ୍ଦୁପତ୍ର ଗୋଦାମ ଗୃହର ଆଜବେଷ୍ଟସ ଭାଙ୍ଗିଲା
/sambad/media/post_attachments/wp-content/uploads/2022/08/10192a94-196f-4f8c-9be2-05981589b7d1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)