ଝାରସୁଗୁଡ଼ା: ଝାରସୁଗୁଡ଼ାର ବମ୍ବେ ଛକଠାରେ ଆଜି ପ୍ରାୟ ଦିନ ଗୋଟାଏ ବେଳେ ଜଣେ ବ୍ୟକ୍ତିଙ୍କ କାର ଭିତରୁ ଲୁଟେରାମାନେ ୫ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଜଣାଯାଇଛି। ଏନେଇ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଦିନେଶ ସାହୁ ବ୍ରଜରାଜନଗରଠାରେ ଥିବା ଏକ ଟ୍ରାନ୍ସପୋର୍ଟ ସଂସ୍ଥାର ସୁପରଭାଇଜର ଅଟନ୍ତି।
ଆଇଆଇସି ସାବିତ୍ରୀ ବଳଙ୍କ ସୂଚନା ଅନୁଯାୟୀ ଦିନେଶ ସାହୁ ଝାରସୁଗୁଡ଼ା ଆକ୍ସିସ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ ଓ କାରରେ ରଖି ବ୍ରଜରାଜନଗର ଆଡ଼କୁ ଯାଉଥିଲେ। ବାଟରେ ପଡ଼ୁଥିବା ବମ୍ବେ ଛକଠାରେ ସେ ଗାଡ଼ି ରଖି କୌଣସି ଦୋକାନକୁ ଯାଇଥିଲେ। ଦୋକାନରୁ ଆସି ସେ କାର କବାଟ ଖୋଲି ବସିବା ବେଳେ ଅନ୍ୟ କବାଟ ପଟୁ କେତେକ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ହୋଇଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଏତଲା ରଖି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଦିନେଶ ସାହୁଙ୍କ ପିଛା କରି ଏହି ଲୁଟି ନେଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jsg-5.jpg)