କଟକ: ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର କଟକ ଗସ୍ତ କରିଛନ୍ତି। ଏହି ଗ୍ରସ୍ତକାଳରେ ସେ ଐତିହାସିକ କଟକ ସହରରେ ଚାଲିଥିବା ଏକାଧିକ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ୫ଟି ସଚିବ ଖାନନଗରରେ ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି। ଏଠାରେ ୨ ବର୍ଷ ହେଲା ଚାଲିଥିବା ନିର୍ମାଣ କାମର ଅଗ୍ରଗତି ନେଇ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିବା ସହିତ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2023/03/Capture-1.jpg)
୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ଚଣ୍ଡିଛକ ନିକଟସ୍ଥିତ ପ୍ରସିଦ୍ଧ ମା’ କଟକ ଚଣ୍ଡିମଣ୍ଡିଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ। ଚଣ୍ଡିମନ୍ଦିର ରାସ୍ତା ସଂପ୍ରସାରଣ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଚଣ୍ଡିମନ୍ଦିର ପ୍ରକଳ୍ପରେ ମୋଟ ୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ୫ଟି ସଚିବ ରାଣୀହାଟୀରେ ନବନିର୍ମିତ କ୍ଲକ ଟାୱାର ଓ ତାଳଦଣ୍ଡା କେନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। ସେହିପରି ଛତ୍ରବଜାରରେ ନିର୍ମାଣଧୀନ ଭେଣ୍ଡିଂ ଜୋନ୍ର ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକାଳରେ ତାଙ୍କ ସହିତ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ନିଖିଲ ପବନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2023/03/netaji-bus-terminal.jpg)
ନେତାଜୀ ବସ୍ ଟର୍ମିନାଲକୁ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଉଛି। ଏହାର ନିର୍ମାଣ ପାଇଁ ମୋଟ୍ ୮୩କୋଟି ୯୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୨୦୨୧ ଜାନୁଆରି ୨୩ ତାରିଖ ତଥା ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ପାଇଁ ପ୍ରଥମେ ୬୫ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା। ମାତ୍ର ପରେ ଏହାକୁ ୧୯ କୋଟି ବଢାଇ ମୋଟ ୮୪ କୋଟି ଟଙ୍କା କରାଯାଇଛି। ୨୦୨୨ ଜୁନ୍ ମାସ ଶେଷସୁଦ୍ଧା କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ଥିଲା। ପ୍ରଶାସନ ପକ୍ଷରୁ ପ୍ରକଳ୍ପର ନିର୍ମାଣ ପାଇଁ ୨୦୨୧ ଫେବୁଆରି ଓ ମାର୍ଚ୍ଚରେ ଏକାଧିକ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା। ସେଥିମଧ୍ୟରେ ସିଏମ୍ସିର କେନ୍ଦ୍ରୀୟ ବିଶ୍ବନାଥ ପାଠାଗାର, ଚାରା ବିକ୍ରି କେନ୍ଦ୍ର, ୨୪ଟି କ୍ବାର୍ଟର୍ସ, ରାତ୍ର ଆଶ୍ରୟସ୍ଥଳୀ , ଏମ୍ସିସି ପଏଣ୍ଟ, ଖାନନଗର ବାଳିକା ହାଇସ୍କୁଲ ପରି ଏକାଧିକ ବିଷୟ ଥିଲା। ଟର୍ମିନାଲ ନିର୍ମାଣ ଦାୟିତ୍ବ ନେଇଥିବା ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ (ଓବିସିସି)କୁ ୧୨ ଏକର ଜମି ପ୍ରଶାସନ ପକ୍ଷରୁ ଗତବର୍ଷ ଏପ୍ରିଲରେ ହସ୍ଥାନ୍ତର କରାଯାଇଥିଲା। ଉକ୍ତ ଅଞ୍ଚଳକୁ ଲୁହା ପ୍ଲେଟ୍ରେ ଆବାଦ କରି ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହାମଧ୍ୟରେ ତିନି ମହଲାର ଟର୍ମିନାଲ ବିଲଡିଂ, ୧୮୦ଟି ବସ୍ ରହିବା ପାଇଁ ପାକିଂ ସ୍ଥାନ, ୨ ଏକର ଜମି ଉପରେ ସପିଂମଲ, ଯାତ୍ରୀ ବିଶ୍ରାମାଗାର, ୪ ଓ ୩ ଚକିଆ ଗାଡି ପାକିଂ ସ୍ଥାନ, ଗାଡି ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ ପରି ବହୁ ବିଷୟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/କଟକ-1.jpg)