‘ଆହାର’ ଖାଇଲେ ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ ପାଣ୍ଡିଆନ

ବୌଦ୍ଧ: ଆହାର କେନ୍ଦ୍ରରେ କିଭଳି ମିଳେ ଆହାର, ଆଜି ଏହାର ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ | ପ୍ରଥମେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧା ବାବଦରେ ସମୀକ୍ଷା କରିଥିଲେ |

ଏହାପରେ ଏହି ତିନି ବରିଷ୍ଠ ଅଧିକାରୀ ଆହାର କେନ୍ଦ୍ରରେ ମିଳୁଥିବା ଭାତ-ଡାଲମା ଖାଇଥିଲେ | ୫ ଟଙ୍କାରେ ମିଳୁଥିବା ଆହାରରେ କେତେ ସ୍ୱାଦପୂର୍ଣ୍ଣ ତାହା ଅଧିକାରୀମାନେ ପରଖିଥିଲେ | ଏହାପୂର୍ବରୁ ମୋ ସରକାର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ |

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏଠାରେ ରୋଗୀଙ୍କୁ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିବା ସହ ଡାକ୍ତରଖାନାର ସମସ୍ୟା ବାବଦରେ ସମୀକ୍ଷା କରିଥିଲେ | ଏହାସହ ସିଡିଏମଙ୍କୁ କିପରି ରୋଗୀମାନେ ସମସ୍ତେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ସେ ନେଇ ପରାମର୍ଶ ଦେଇଥିଲେ |

ସମ୍ବନ୍ଧିତ ଖବର