ପାରଳାଖେମୁଣ୍ଡି: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବା ଉପରେ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଏବଂ ଆଜି ସକାଳୁ ୫ଟି ସଚ୍ଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ ଗଜପତି ଗସ୍ତ ବେଳେ ଏହି ବାର୍ତ୍ତା ସରକାରୀ ଅଧିକାରୀ ମାନଙ୍କୁ ସୂଚାଇଛନ୍ତି । ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମିଳିଥିବା ୭୮୯ ସାଧାରଣ ଲୋକଙ୍କ ଅଭିଯୋଗ ପତ୍ରରୁ ୯୦ ପ୍ରତିଶତ ସମସ୍ୟାର ସମାଧାନ କରିପାରିଥିବା ଯୋଗୁଁ ଶ୍ରୀ ପାଣ୍ଡିଆନ ତାଙ୍କୁ ସାଧୁବାଦ ଜଣାଇଥିଲେ।
ଆଜି ସକାଳୁ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ସହ ସରକାରୀ ଯୋଜନା ସମୀକ୍ଷା ବେଳେ ବ୍ରହ୍ମପୁରରୁ ମୋହନା ଦେଇ ରାୟଗଡ଼ା ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ, ପାରଳାଖେମୁଣ୍ଡି ସହରର ୪ ଥକିଆ ବାଇପାସ ରାସ୍ତା ନିର୍ମାଣ , ସଂସ୍କୃତି ଭବନ ନିର୍ମାଣ , ଛେଳିଗଡ଼ ଜଳସେଚନ ପ୍ରକଳ୍ପ ନିର୍ମାଣ, କୃଷ୍ଣ ସାଗର ଏବଂ ରାମ ସାଗର ଖନନ , ବିଭିନ୍ନ ମହାବିଦ୍ୟାଳୟକୁ ଦିଆଯାଇଥିବା ସ୍ମାର୍ଟ କ୍ଳାସର ଅର୍ଥଦାନ ,ବିଭିନ୍ନ ଧର୍ମ ସଂସ୍ଥାଗୁଡିକୁ ଦିଆଯାଇଥିବା ଅର୍ଥଦାନ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପାଇଁ ପୁନର୍ବାର ୧୦.୨କୋଟି ଟଙ୍କା ଉନ୍ନୟନ ମୂଳକ ଯୋଜନା କିପରି ହିତାଧିକାରୀମାନେ ପାଇ ପାରିବେ ତାହାର ତଥ୍ୟ ସେ ମାଗିଥିଲେ। ଗୋଷାଣୀ ବ୍ଳକର କୃଷ୍ଣ ସାଗର ପାଇଁ ୩.୧୪ କୋଟି, ରାମ ସାଗର ପାଇଁ ୩.୫୦ କୋଟି ଏବଂ ଗଜପତି ସାଗର ପାଇଁ ୧.୪ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସରକାରୀ ମହାବିଦ୍ୟାଳୟକୁ ୧୧ କୋଟି ଟଙ୍କାର ଅନୁଦାନ ଦିଆଯାଇଥିବା ବେଳେ ସ୍ମାର୍ଟ କ୍ଳାସ ରୁମ ଏବଂ ବିଜ୍ଞାନ ପ୍ରୟୋଗଶାଳା ସମ୍ପର୍କିତ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ଚଳିତ ବର୍ଷ ଏହାକୁ ସମାପ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଅନେକ ମନ୍ଦିର ଏବଂ ଚର୍ଚ୍ଚ ଗୃହ ପାଇଁ ୧୦ ଲକ୍ଷରୁ ଆରମ୍ଭ କରି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟ ସରକାର ଅନୁଦାନ ଦେଇଥିବା ବେଳେ ଏହାର ସାମୁହିକ ସଂଖ୍ୟା ହେଉଛି ୧୮.୪୫କୋଟି ଏହି ଅର୍ଥ ଖର୍ଚ୍ଚ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। /sambad/media/post_attachments/wp-content/uploads/2023/08/df659441-f438-42e0-866c-33113dd309f8.jpeg)
୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ୱାସ ଥିବା ବ୍ୟକ୍ତିମାନେ ଏକ ସମୟସୀମା ମଧ୍ୟରେ ଅଭିଯୋଗ ଆବେଦନରେ ଉଠାଯାଇଥିବା ସମସ୍ୟାର ସମାଧାନ କରି ସମ୍ମାନିତ ହେବା ଉଚିତ ଏବଂ ଆବେଦନକାରୀଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇବା ସହ ସେମାନଙ୍କ ମତାମତ ଗ୍ରହଣ କରିବା ଉଚିତ। ସକାଳ ସାଢ଼େ ୬ଟାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/4accff1f-54b8-4171-9e7e-342def5c63e5.jpeg)