ଭୁବନେଶ୍ବର/କୁଚିଣ୍ଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶନିବାର ଫାଇଭ-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିଛନ୍ତି। କୁଚିଣ୍ଡାରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ଶ୍ରୀ ପାଣ୍ଡିଆନ କହିଛନ୍ତି, ନିର୍ବାଚନ ବେଳେ ଗାଁକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁର-କଟକ ରାଜରାସ୍ତା ଉପରେ ଧ୍ୟାନ ଦିଅନ୍ତୁ। ଓଡ଼ିଶାରେ ସବୁଠାରୁ ଖରାପ ରାଜପଥ ହେଉଛି ସମ୍ବଲପୁର-କଟକ ରାସ୍ତା। ଏହି ରାସ୍ତା ଅତ୍ୟନ୍ତ ଖରାପ ରହିଛି। କେନ୍ଦ୍ରମନ୍ତ୍ରୀ ଆସିଲେ ଜାତୀୟ ରାଜପଥ ନୁହେଁ। ବରଂ ରାଜ୍ୟ ରାଜପଥରେ ଯା’ଆସ କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି।
ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ ବିଳମ୍ବ ହୋଇଛି। ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରେ ଏକାଧିକ କାରଣ ରହିଛି। ନିର୍ମାଣ ସଂସ୍ଥାକୁ ଜମି ହସ୍ତାନ୍ତର କରାଯିବାରେ ଅହେତୁକ ବିଳମ୍ବ, କରୋନା ସମୟରେ ଦୀର୍ଘ ପର୍ଯ୍ୟନ୍ତ କାମ ଅଟକିବା ଓ ଠିକା କଂପାନିରେ ପରିବର୍ତ୍ତନ ଅନ୍ୟ କାରଣ ବୋଲି କୁହାଯାଉଛି। ଏବେ କାମ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ଆଗାମୀ ୬ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହୋଇଯିବାର ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗତ ୧୧ ତାରିଖ ଦିନ ନୟାଗଡ଼ ଜିଲ୍ଲା ରଣପୁର ଗସ୍ତରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଉପରେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରଶ୍ନର ଜବାବ ଦେଇଥିଲେ। ଯଦି ବିଏସ୍କେୱାଇକୁ ସେ ବିରୋଧ କରୁଛନ୍ତି ତେବେ ନିଜ ନିର୍ବାଚନ ଇସ୍ତାହାରରେ ଏହାକୁ ବନ୍ଦ କରିବେ ବୋଲି ଘୋଷଣା କରିବାକୁ ସେ ଆହ୍ବାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/7dc34334-d67e-4a9b-ae0f-c071a22631fd.jpeg)
/sambad/media/post_attachments/wp-content/uploads/2024/01/523288ca-1449-4222-95f5-af1b611a7978.jpeg)