ପୁରୀରେ ଶ୍ରୀସେତୁ ଓ ବାସେଳିସାହି ଧର୍ମଶାଳା ଓ ସମଙ୍ଗ ପାର୍କିଙ୍ଗ କାମର ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

ପୁରୀରେ ଶ୍ରୀସେତୁ ଓ ବାସେଳିସାହି ଧର୍ମଶାଳା ଓ ସମଙ୍ଗ ପାର୍କିଙ୍ଗ କାମର ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ ଶନିବାର ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ସେ ବାସୋଳିସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି ଦେଖିଥିଲେ। ଏହି ଧର୍ମଶାଳାରେ ଚାରିହଜାର ଲୋକ ରହିବାର ବ୍ୟବସ୍ଥା କରାଯାଉଛି।

publive-image

ଏହାସହ ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ ହେଉଥିବା କାର ଓ ବସ ପାର୍କିଙ୍ଗ କାର୍ଯ୍ୟ ମଧ୍ୟ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ। ଏ ସମସ୍ତ କାର୍ଯ୍ୟ ନିର୍ଧାରିତ ସମୟରେ ରଥୟାତ୍ରା ପୂର୍ବରୁ ଶେଷ କରିବା ପାଇଁ ଶ୍ରୀ ପାଣ୍ଡିଆନ ପ୍ରଶାସନକୁ ପରାମର୍ଶ ଦେଉଥିଲେ। ସୂଚନାଯୋଗ୍ୟ ଯେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଶ୍ରୀ ପାଣ୍ଡିଆନ ଗତ ଶନିବାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe