ଭୁବନେଶ୍ବର: ୫ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ପ୍ରସିଦ୍ଧ ବାଣପୁରର ମା ଭାଗବତୀ ମନ୍ଦିର ପରିଦର୍ଶନ କରିଥିବା ଜଣାଯାଇଛି। ଏହାର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି ବୋଲି ସେ ମନ୍ଦିରର ପୂଜକ ଓ କର୍ମକର୍ତ୍ତାମାନଙ୍କୁ ସୂଚନା ଦେଇଛନ୍ତି।
ଆଜି ଭୋର ସମୟରେ ବାଣପୁରର ମା ମନ୍ଦିରର ଭାଗବତୀ ମନ୍ଦିରରେ ପହଞ୍ଚି ୫ଟି ସଚିବ ମାଙ୍କ ଆଶୀର୍ବାଦ ନେଇଥିଲେ। ସେବାୟତ, ବାଣପୁର ଅଞ୍ଚଳବାସୀ, ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/11/0593bcf1-97bc-4ab2-a7e7-b0f96d9b523b.jpg)
ରାଜ୍ୟ ସରକାର ମା ଭାଗବତୀ ମନ୍ଦିରର ଉନ୍ନତିକରଣକୁ ଗୁରୁତ୍ୱ ଦେଉଛନ୍ତି। ଏହାର କାୟାକଳ୍ପ କରାଯିବ। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପାର୍କିଂ ବ୍ୟବସ୍ଥା, ପାଚେରୀ, ଭୋଜନାଳୟକୁ ବି ନୂଆରୂପ ଦିଆଯିବ। ସେହିପରି ଦୋଳବେଦୀ ଛକରୁ ମନ୍ଦିର ଯାଏ ରାସ୍ତାର ପ୍ରଶସ୍ତିକରଣ ହେବ। ଏହାସହ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ମା ଭାଗବତୀ ମନ୍ଦିର ପରିଦର୍ଶନ ପରେ ସେବାୟତମାନେ ଉତ୍ସାହିତ ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/1b91c69d-9b8e-43d8-89a2-ce64b590cd66.jpg)