କଟକ ଗସ୍ତ କରି ଏସସିବି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍

କଟକ:  ଆଜି ଭୋର ୪ଟାରେ ୫ଟି ସଚିବ ଭିକେ ପାଣ୍ଡିଆନ୍ କଟକ ଗସ୍ତ କରିଥିଲେ । ଏହି ଗସ୍ତ କାଳରେ ସେ କଟକ ବଡ଼ ଡାକ୍ତରଖାନାର ଉନ୍ନତିକରଣ ତଥା ରାସ୍ତା ସମ୍ପ୍ରସାରଣ କାମର ସମୀକ୍ଷା କରିଛନ୍ତି । ୫ଟି ସଚିବଙ୍କ ସହିତ ଏହି ଗସ୍ତ ସମୟରେ ସାମିଲ ହୋଇଥିଲେ ପୂର୍ତ୍ତ ସଚିବ, ଶକ୍ତି ସଚିବ, ଆରଡିସି, କଟକ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ଏସସିବିର ରାସ୍ତା ସମ୍ପ୍ରସାରଣର ସମୀକ୍ଷା କରାଯାଇଥିଲା ।

ସମୀକ୍ଷା ପରେ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବର ରାସ୍ତାକୁ ୩ ଲେନ୍ ରାସ୍ତା ସହିତ ସଂଯୋଗ ପାଇଁ  ନିଷ୍ପତ୍ତି ନିଆଯାଇଛି ।  ତାଳଦଣ୍ଡା କେନାଲର ଡାହାଣ ପାର୍ଶ୍ୱରେ ଥିବା ଯୋବ୍ରାରୁ ହିନ୍ଦ ସିନେମା ହଲ ରାସ୍ତା, ବାମ ପଟ କେନାଲ ଯୋବ୍ରାରୁ କଟକ ସୁଇଟ୍ ଷ୍ଟଲ୍ ଯାଏଁ ରାସ୍ତାର ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ କଟକ ଗସ୍ତ ସମୟରେ କଟକ ବଡ଼ ମେଡିକାଲର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ ।

ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାର୍ଶ୍ବରେ ରାସ୍ତାର ସମ୍ପ୍ରସାରଣର ଆବଶ୍ୟକତା ଥିବା କୁହାଯାଇଥିଲା । କଟକ ଜିଲ୍ଲା ବାହାରୁ ଏସସିବିକୁ ଆସୁଥିବା ରୋଗୀଙ୍କ ଯାତ୍ରା ଯୋବ୍ରାରୁ କଟକ ବଡ଼ ମେଡିକାଲ ଯାଏଁ ସୁବିଧାଜନକ କରିବାକୁ ରିଙ୍ଗ ରୋଡକୁ ସମ୍ପ୍ରସାରଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବଡ଼ି ଭୋରରୁ କଟକ ଗସ୍ତ କରି ଏହି କାମର ସମୀକ୍ଷା କରିଛନ୍ତି ୫ଟି ସଚିବ ।

ସମ୍ବନ୍ଧିତ ଖବର