ବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ପାଳନ : ୫ମ ପ୍ରସ୍ତୁତି ବୈଠକ

ଜୟପୁର: ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟର ୭୫ ବର୍ଷ ପୁର୍ତ୍ତି (ପ୍ଲାଟିନମ ଜୁବୁଲି) ଉତ୍ସବ ପାଳନ ପାଇଁ ଆଜି ପୁରାତନ ଛାତ୍ରସଂସଦର କର୍ମକର୍ତ୍ତାଙ୍କୁ ନେଇ ସଭାପତି ସୁରେଶ କୁମାର ନାୟକଙ୍କ ସଭାପତିତ୍ବରେ ‌ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।  ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ପୂର୍ତ୍ତି ଉତ୍ସବ ପୂର୍ବରୁ ଓଡିଆ ଭାଷା ଓ ସଂସ୍କୃତି ବିଭାଗ ଏହି ବିଦ୍ୟାଳୟକୁ ଡିଗ୍ରୀ (କଳା) ମହାବିଦ୍ୟାଳୟ ମାନ୍ୟତା ଦେଇଥିବା ସଂପର୍କରେ ସୂଚନା ଦେଇଥିଲେ। ଏଥି ପାଇଁ ୫ଏକର ଜମି ସହର ନିକଟବର୍ତ୍ତୀ ସ୍ଥାନରେ ଦେବା ପାଇଁ ତହସିଲଦାର ତୁଲିଆମ୍ମା ପ୍ରଧାନଙ୍କୁ ଅନୁରୋଧ କରିଥିଲେ। ପୂର୍ବରୁ ଉପକୂଳ ଅଂଚଳର ପିଲା ମାନେ ଏଠାରେ ଆଡମିସନ୍ କରି ଭୁବନେଶ୍ବରେ ଅନ୍ୟ ପାଠ୍ୟକ୍ରମ ପଢ଼ୁଛନ୍ତି।

ଏଠାରେ ଶ୍ରେଣୀ ନ କରି କେବଳ ପରୀକ୍ଷା ବେଳକୁ ଆସି ପରୀକ୍ଷା ଦେଉଛନ୍ତି ବୋଲି ବିଧାୟକ ସାଂଘାତିକ ଅଭିଯୋଗ ଉଠାଇଥିଲେ। ଡିଗ୍ରୀ ମହାବିଦ୍ୟାଳୟ ଆରମ୍ଭ ହେବା ପରେ ସେଭଳି କରାଗଲେ  ଅଭିବକ୍ତ କୋରାପୁଟଜିଲ୍ଲାର ପିଲା କଳା ଡିଗ୍ରୀ ପଢ଼ିବାରୁ ବାଦ୍ ପଡ଼ିବେ। ଏପରି ପୁର୍ନବାର ହେଲେ ସେ ଆଉ ଚୁପ ରହିବେ ନାହିଁ ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚେତାବନୀ ଦେଇଥିଲେ। ପୂର୍ତ୍ତୀ ମହୋତ୍ସବର ଶୁଭାରମ୍ଭକୁ ଡିସେମ୍ବର ମାସର ପ୍ରଥମ ସପ୍ତାହ ଏବଂ ମୁଖ୍ୟମହୋତ୍ସବ ଜାନୁଆରୀ ୨ୟରୁ ୩ୟ ସପ୍ତାହ ମଧ୍ୟରେ ୨ଦିନ ପାଇଁ କରିବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ। ରାଜ୍ୟସରକାର ଏଥି ପାଇଁ ଦେଉଥିବା ଅନୁଦାନ ବାଦେ ସେ ସଂପୁର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସଂପୁର୍ଣ୍ଣ ପ୍ରୟାସ କରିବେ ବୋଲି କହିଥିଲେ। ଅଭିବକ୍ତ କୋରାପୁଟ ଜିଲ୍ଲା ସଂସ୍କୃତି, ଐତିହ୍ୟ, ପରମ୍ପରା, ବେଶଭୁଷା, ନୃତ୍ୟ ,  ପ୍ରାକୃତିକ ପରିବେଶ ସହ ଖଣି ଖାଦାନ, ବିଦ୍ୟୁତ ଉତ୍ପାଦନ, ଉଚ୍ଚତମ ଗିରିଶୃଙ୍ଗ ଆଦିରେ ଆମେ ଧନୀ । ଏହି ସ୍ଥିତିରେ ଆମେ ଓ  ଆମ ଜିଲ୍ଲା ଅନ୍ୟ ମାନଙ୍କ ଠାରୁ ନମ୍ବର ୱାନ ଭାବିବାକୁ ବିଧାୟକ ଉପସ୍ଥିତ ଥିବା କଳାକାର, ଚିତ୍ରକରଙ୍କୁ ପରାମର୍ଶ ଦେଇଥିଲେ। ଗତ ୩୧ତାରିଖ ଦିନ ବିଧାୟକ, ଜିଲ୍ଲାପାଳଙ୍କ ସହ ଆଲୋଚନା ପର ଠାରୁ ମହାବିଦ୍ୟାଳୟ ପାଇଁ ୫ଏକର ଜମି ତୁରନ୍ତ ଦେବା ପାଇଁ ପ୍ରକ୍ରିୀୟା ଆରମ୍ଭ ହୋଇଛି ବୋଲି ତହସିଲଦାର ତୁଲିଆମ୍ମା ପ୍ରଧାନ ସୂଚନା ଦେଇଥିଲେ।

‘ପରବ’ ରାଜ୍ୟସ୍ତରୀୟ ​ଲୋକ ମହୋତ୍ସବ ଅବସରରେ ଜୟପୁରରେ ଚିତ୍ରକଳା ପ୍ରଦର୍ଶନୀ ସହ ଏଠାକାର ଚିତ୍ରକରଙ୍କ ଦ୍ବାରା ପରବ ପୋଷ୍ଟର ତିଆରି କରାଯିବ ବୋଲି ସୂଚନା ଦେଇଥିଲେ ଜିଲ୍ଲାସଂସ୍କୃତି ଅଧିକାରୀ ପ୍ରିତିସୁଧା ଜେନା।  ମଂଚକୁ ଉପଦେଷ୍ଟା ମହମ୍ମଦ ସରିଫ ପରିଚାଳନା କରିଥିଲେ। ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଭାରପ୍ରାପ୍ତ ଅଧ୍ୟକ୍ଷ ଯୁଧିଷ୍ଟିର ମଲ୍ଲୀକ, ପୂର୍ବତନ ଅଧ୍ୟକ୍ଷ ଲୋକନାଥ ଷଡଙ୍ଗୀ ପ୍ରମୁଖ ମଂଚାସୀନ ଥିଲେ।  ସଂପାଦକ ପଦ୍ମଚରଣ ଚୌଧୁରୀ , ଧିରେନ ପଟ୍ଟନାୟକ, ​ଦେବେନ୍ଦ୍ର ବାହିନୀପତି, ନରେନ୍ଦ୍ର ବେନିଆ, ଉମାକାନ୍ତ ମହାରଣା, ନିହାର ବିଷୋଇ, ପି. ଶ୍ରିନୀବାସ, ରାଜେନ୍ଦ୍ର ପଟ୍ଟନାୟକ, ଲୋକନାଥ ବେହେରା, ନୃସିଂହ ପ୍ରସାଦ ଷଡଙ୍ଗୀ, ମନୋଜ ମହାପାତ୍ର,    ଦିପକ ଦାସ , ସ୍ମିତା ରଥ,  ପଦ୍ମିନୀ ବେହେରା,  ଦାଶ ର୍ମୁମୁ, କେ.ସୁନିଲ ରାଓ ପ୍ରମୁଖ ଭାଗ ନେଇଥିଲେ। ଉଦଘାଟନୀ ଉତ୍ସବ ଦିନ ରାଜନହରସ୍ଥିତ ମା’କନକ ଦୁର୍ଗାଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବିଦ୍ୟାଳୟ ପର୍ଯ୍ୟନ୍ତ କରାଯିବ। ଏହା ୭୫ବର୍ଷ ପୂର୍ତ୍ତି ଉତ୍ସବର ଲାଗୋ ଉନ୍ମୋଚନ, ଝୋଟିପ୍ରତିଯୋଗିତା, ଶିଶୁ ମାନଙ୍କମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ମୁଖ୍ୟରାସ୍ତାରେ ମୁକ୍ତାକାଶ ଚିତ୍ରାଙ୍କନ କ୍ୟାମ୍ପ ସହ ସ୍ମରଣିକା ପ୍ରକାଶନ କରିବାକୁ ଆଲୋଚନା ହୋଇଥିଲା।

 

 

ସମ୍ବନ୍ଧିତ ଖବର