ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ପଟ୍ରୋଗୁଡାର ଗୋଟିଏ ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାସହ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ପଟ୍ରୋଗୁଡାର ବିଶ୍ବନାଥ ମାଳିଙ୍କ ପତ୍ନୀ ପାର୍ବତୀ ମାଳି (୩୦) ସମେତ ୧୪ ବର୍ଷ ଏବଂ ୮ ବର୍ଷ ବୟସର ଦୁଇ ଝିଅ ତଥା ୩ ବର୍ଷ ବୟସର ପୁଅ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେହିପରି ବୋରିଗୁମ୍ମା ବ୍ଲକରେ ବିବାହ କରିଥିବା ବିଶ୍ବନାଥଙ୍କ ଭଉଣୀ ଭଗବତୀ (୩୦) ଏବଂ ତାଙ୍କ ସ୍ବାମୀ ତୁଳାରାମ ମାଳି (୩୮) ବୁଲିବା ପାଇଁ ଆସିଥିବା ବେଳେ ଦୁହେଁ ମଧ୍ୟ ଝାଡ଼ାବାନ୍ତିର ଶିକାର ହୋଇଥିଲେ। ତେବେ ଅପରାହ୍ନ ୨ଟା ବେଳେ ଖବର ପାଇ ଆମ୍ବୁଲାନ୍ସ ପଟ୍ରୋଗୁଡାରେ ପହଞ୍ଚି ସମସ୍ତଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଛି। ଚିକିତ୍ସା ପରେ ଅନ୍ୟମାନଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ୩ ବର୍ଷର ଶିଶୁପୁତ୍ରର ବାନ୍ତି ବନ୍ଦ ହେଉନଥିବା ଜଣାପଡ଼ିଛି। ବର୍ତ୍ତମାନ ସମସ୍ତଙ୍କର ମଳ ଏବଂ ରକ୍ତ ପରୀକ୍ଷା କରାଯାଇଛି। ପରୀକ୍ଷା ପରେ କେଉଁ କାରଣରୁ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି,ଜଣା ପଡ଼ିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
କୋରାପୁଟ: ପଟ୍ରୋଗୁଡାରେ ଝାଡ଼ାବାନ୍ତି, ୬ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି
/sambad/media/post_attachments/wp-content/uploads/2022/12/30a977d8-ba9e-4966-9519-117a9385ba5b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)