ଭୁବନେଶ୍ବର : ରାଜ୍ୟ ସରକାର ବିଭିନ୍ନ ବିଭାଗ/ବୋର୍ଡ/ଯୋଜନାରେ ଉପଦେଷ୍ଟାମାନଙ୍କୁ ନିଯୁକ୍ତି ଦେଇଛନ୍ତି। ୬ ଜଣ ଉପଦେଷ୍ଟାଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟା ପ୍ରଦାନ କରାଯାଇଛି। ସେମାନେ ହେଲେ ରାଜ୍ୟ କୃଷି ବିପଣନ ବୋର୍ଡର ଉପଦେଷ୍ଟା ସୁରେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ମିସନ୍ ଶକ୍ତି ଉପ‌ଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା। ଏହା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅନ୍ୟତମ ଉପଦେଷ୍ଟା ନିବେଦିତା ନାଏକଙ୍କୁ ସଚିବ ପାହ୍ୟା ମିଳିଛି।