ଗୋଲାମୁଣ୍ଡା: ଗୋଲାମୁଣ୍ଡା ଥାନା ଘୋଟିଆ ମଣ୍ଡି ନିକଟରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ସୂଚନାନୁସାରେ, ଘୋଟିଆ ମଣ୍ଡି ନିକଟରେ ଜୁଆ ଆଡ଼ା ଚାଲିଥିବା ପୁଲିସ ଖବର ପାଇ ଗୋଲାମୁଣ୍ଡା ଆଇଆଇସି ଯୁଗଳ ଶବରଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଚଢ଼ଉ କରିଥିଲା।
ଚଢ଼ଉ ସମୟରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଥିଲେ। ସେମାନଙ୍କ ନିକଟରୁ ପୁଲିସ ବ୍ୟବହୃତ ତାସ୍, ୯୫ ହଜାର ଟଙ୍କା, ମୋବାଇଲ୍ ଓ ୮ଟି ବାଇକ୍ ଜବତ କରିଛି। ଗିରଫ ଜୁଆଡ଼ି ମାନେ ହେଲେ ପ୍ରକାଶ ମେହେର (୫୬), ଅନନ୍ତ ସାହୁ (୩୯), ନବ ପୁଟେଲ (୪୨), ନୃପରାଜ ମେହେର (୪୨), ଅରକ୍ଷିତ ମେହେର (୪୧) ବୋଲି ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।