ଖବର ପ୍ରସାରଣର ଭୟ ଦେଖାଇ ବ୍ୟବସାୟୀଙ୍କଠାରୁ ଦେଢ ଲକ୍ଷ ଟଙ୍କା ଆଦାୟ, ଅଭିଯୋଗ ପରେ ୬ ଜଣଙ୍କୁ ଗିରଫ୍ କଲା କମିସନରେଟ ପୁଲିସ

ଭୁବନେଶ୍ୱର:  ଖବର ପ୍ରସାରଣ କରିଦେବାର ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ୬ ଜଣଙ୍କୁ  ଗିରଫ୍ କରିଛି କମିସନରେଟ ପୁଲିସ । ଏକ ଘିଅ କମ୍ପାନିର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନିର ମାଲିକ ଅଭିଯୋଗ କରିବା ପରେ କମିସନରେଟ୍ ପୁଲିସ ଭୁବନେଶ୍ୱରରୁ ୫ ଜଣ ୱେବଚାନେଲ୍ ପ୍ରତିନିଧି ବୋଲାଉଥିବା ବ୍ୟକ୍ତି  ଓ ଜଣେ ଡ୍ରାଇଭରକୁ ଗିରଫ୍ କରିଛି । ପୁଲିସ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା ଜବତ୍ କରିଛି ।

7 arrested in Punjab for allegedly chopping off police officer's hand - The Week
The Week

ଭୁବନେଶ୍ୱର ଡିସିପି ଉମାଶଂକର ଦାଶ କହିଛନ୍ତି କି ଏହି ୬ ଜଣ ଯାକ ବିଭିନ୍ନ ୱେବ୍ ଚ୍ୟାନେଲ ପାଇଁ ସାମ୍ବାଦିକତା କରୁଥିଲେ ବୋଲି କହୁଥିଲେ । ଜଣେ ଘିଅ କମ୍ପାନିର ମାଲିକଙ୍କ ବିରୋଧରେ ଖବର ପ୍ରସାରଣ କରିଦେବାର ଧମକ ଚମକ୍ ଦେଇ ତାଙ୍କ ଠାରୁ ୨ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଛନ୍ତି । ଏ ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ୍ କରାଯାଇଛି । ଏହା ସହ ୨ ଟି ଗାଡି ବି ଜବତ୍ କରାଯାଇଛି । ସେପଟେ ସେମାନେ କାମ କରୁଥିବା ଚ୍ୟାନେଲର କାର୍ଯ୍ୟାଳୟ ଉପରେ ବି ଚଢାଉ ଜାରି ରହିଛି । ଭୁବନେଶ୍ୱର ଡିସିପି କହିଛନ୍ତି କି, ଏ ନେଇ ବିଧିବଦ୍ଧ ଭାବେ ତଦନ୍ତ କରାଯାଉଛି । ଏହା ପରେ ଅଣ- ପଞ୍ଜିକୃତ ୱେବ୍ ଚ୍ୟାନେଲମାନଙ୍କର ଏକ ଡାଟା ପ୍ରସ୍ତୁତ କରିବା ସହ ଆଉ ୧୫ ଜଣ ୱେବ୍ ଦଲାଲଙ୍କ ତାଲିକା ତିଆରି କରିଛି ପୁଲିସ ।

ସମ୍ବନ୍ଧିତ ଖବର