ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି ପାଇଛି।
5. A 32 years old Male of Kandhamal District who was also suffering from Chronic Caleific Pancreatitis.
6. A 65 years old Male of Sundargarh District who was also suffering from Chronic Kidney Disease.
— H & FW Dept Odisha (@HFWOdisha) January 23, 2022
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬ ମୃତକଙ୍କ ମଧ୍ୟରେ ଅନୁଗୁଳ, ସୁନ୍ଦରଗଡ଼, ବାଲେଶ୍ବର, କନ୍ଧମାଳ, କଟକ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଏମାନଙ୍କ ଭିତରେ ୩ ଜଣ ମହିଳା ଥିବା ଜଣାଯାଇଛି। ଅନୁଗୁଳ ଜିଲ୍ଲାର ଜଣେ ୬୦ ବର୍ଷୀୟା ମହିଳା ଅଛନ୍ତି। ବାଲେଶ୍ବରର ଜଣେ ୬୩ ବର୍ଷୀୟା ମହିଳା ପ୍ରାଣ ହରାଇଥିବା ବେଳେ କନ୍ଧମାଳର ୩୨ବର୍ଷିୟ ପୁରୁଷ, କଟକର ଜଣେ ୮୫ ବର୍ଷୀୟା ମହିଳା, ଭଦ୍ରକର ଜଣେ ୩୦ ବର୍ଷିୟ ପୁରୁଷ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୫ ବର୍ଷିୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।