ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦଶହରା ଛୁଟି ବୁଧବାର ଠାରୁ ଆରମ୍ଭ ହେଉଛି। ଆଜି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଥିଲା ଶେଷ କାର୍ଯ୍ୟଦିବସ। ୨୭ରୁ ୩୦ ତାରିଖ ଚାରି ଦିନ ଦଶହରା ଛୁଟି। ୧ ତାରିଖ ରବିବାର ଛୁଟି। ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଇଁ ସରକାରୀ ଛୁଟି। ତେଣୁ ଏକାଦିକ୍ରମେ ଛଅ ଦିନ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଛୁଟି ପାଇବେ। ୩ ତାରିଖରେ ସମସ୍ତ କାର୍ଯ୍ୟାଳୟ ଖୋଲିବ। ପୂଜା ଛୁଟି ଥିବାରୁ ସରକାରୀ କର୍ମଚାରୀମାନଙ୍କୁ ସେପ୍ଟମ୍ବର ମାସ ଦରମା ଆଜି ଦିଆଯାଇଛି। ପୂର୍ବ ଘୋଷଣା ଅନୁଯାୟୀ ସପ୍ତମ ବେତନ କମିସନ୍ଙ୍କ ସୁପାରିସ୍ ଭିତ୍ତିରେ ନୂଆ ଦରମା ଲାଗୁ କରାଯାଇଛି।
ଆଜିଠାରୁ ୬ ଦିନ ସରକାରୀ ଛୁଟି
/sambad/media/post_attachments/wp-content/uploads/2017/09/ho.jpg)