ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଧାରଣାରେ ସାମିଲ ହେଲେ ଛାତ୍ରଛାତ୍ରୀ, ପରୀକ୍ଷାଫଳ ପ୍ରକାଶ ବିଳମ୍ବ ହେବାର ଆଶଙ୍କା

ଭୁବନେଶ୍ୱର: ଷଷ୍ଠ ଦିନରେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ ପହଁଞ୍ଚିଛି। ସୋମବାର ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଧାରଣାରେ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ୬ଦଫା ଦାବି ନେଇ ଯୁକ୍ତ ଦୁଇ ଖାତା ଦେଖାକୁ ବର୍ଜନ କରି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା ଜାରି ରଖିଛି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ।

ସୂଚନାଯୋଗ୍ୟ, ଖାତା ଦେଖା ବର୍ଜନ ହେତୁ ମାତ୍ର ୩୬ପ୍ରତିଶତ ଅଧ୍ୟାପକ ଖାତା ଦେଖୁଛନ୍ତି । ତେଣୁ ଖାତା ଦେଖା ବିଳମ୍ବ ହେବା ସହ ପରୀକ୍ଷାଫଳ ପ୍ରକାଶ ପାଇବା ମଧ୍ୟ ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ସେପଟେ ଆଉ ଏକ ବଡ ଆଶଙ୍କା ହେଉଛି ସର୍ବଭାରତୀୟ ସ୍ତରର ପ୍ରତିଯୋଗୀତା ମୂଳକ ପରୀକ୍ଷା । ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ କିନ୍ତୁ କାଉନସେଲିଂ ସମୟରେ ସମସ୍ୟା ସୃଷ୍ଟି ହୋଇପାରେ। ଫଳରେ ଜେଇଇ, ନିଟ୍‌, ନାଇଜର, ଏମ୍ସ ଆଦି ସର୍ବଭାରତୀୟସ୍ତରର ପରୀକ୍ଷା ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର