ହୋଲି ହେଲା କାଳ: ୬ ଜଣଙ୍କର ମୃତ୍ୟୁ

କଟକ/ଗୁଣପୁର: ହୋଲି ବେଳେ ଅଘଟଣ । ରାୟଗଡା ଜିଲ୍ଲା ଗୁଣପୁରର କେନ୍ଦୁଗୁଡା ଡ୍ୟାମରେ ବୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି | ଗାଧୋଇଲାବେଳେ ବୁଡ଼ିଯାଇ ତିନି ଜଣଙ୍କର ମୃତ୍ୟୁ ଘଟିଛି | ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣଙ୍କର ମେଡିକାଲରେ ମୃତ୍ୟୁ ଘଟିଛି | ସେହିପରି କଟକ କାଠଯୋଡି ନଦୀରେ ବୁଡି ଦୁଇଜଣ ପ୍ରାଣ ହରାଇଛନ୍ତି । ମୃତକ କଟକ ନେତାଜୀ ନଗରର ବୋଲି ଜଣାପଡିଛି । ଜଣେ ନବମ ଶ୍ରେଣୀର ଛାତ୍ର ହୋଇଥିଲା ବେଳେ ଅନ୍ୟଜଣକର ପରିଚୟ ମିଳିନାହିଁ । ହୋଲି ସାରି ଗାଧୋଇବାବେଳେ ଏମାନେ ବୁଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତି କରାଯାଇଥିଲା ।

Asia Times

ସେଠାରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ, ରଂଗ କିଣିବାକୁ ଯାଇଥିବା ଯୁବକଙ୍କୁ ଷଣ୍ଢ କଚାଡି ଫିଙ୍ଗିବା ପରେ ଟ୍ରକ ଚାପିଦେବାରୁ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାଲେଶ୍ୱର ସୋର ଥାନା ଅଂଚଳ ମହୁମୁହାଣ ଗାଁର ନରେନ୍ଦ୍ର ଜେନା । ନରେନ୍ଦ୍ର ଜେନା ନିଜ ବାଇକରେ ରଂଗ କିଣିବାକୁ ଯାଇଥିବା ବେଳେ ୩ଟି ଷଣ୍ଢ ଲଢେଇ କରୁଥିଲେ ।

ଏହି ସମୟରେ ସେ ସେହି ବାଟ ଦେଇ ଯାଉଥିବା ବୋଳ ଷଣ୍ଢ ବାଇକ ସହ ନରେନ୍ଦ୍ରଙ୍କୁ କଚାଡି ଦେଇଥିଲା । ଫଳରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ସଂଗେ ସଂଗେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର