ବର୍ଷା ବିତ୍ପାତ: ପ୍ରଭାବିତ ୬ଟି ଜିଲ୍ଲା ଦେବେ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁଁ ଦକ୍ଷିଣାଞ୍ଚଳର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମାଞ୍ଚଳର କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି। ଏସବୁ ଜିଲ୍ଲାରେ ବର୍ଷା, ବନ୍ୟା କାରଣରୁ ଧନଜୀବନ ହାନି ଘଟିଥିବା କୁହାଯାଉଛି। ତେବେ ଚାଷଜମି, ଘର, ରାସ୍ତା, ପୋଲ ଆଦି ଭିତ୍ତିଭୂମିର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର