ଭୁବନେଶ୍ବର: ଆସନ୍ତା ୫ ଦିନ ମଧ୍ୟରେ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଡେଇଁପାରେ। ଅଧିକାଂଶ ସ୍ଥାନରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାକୁ ଥିବାରୁ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ସ୍ଥାନେ ସ୍ଥାନେ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପୂର୍ବାନୁମାନ ଅନୁଯାୟୀ ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। 

Advertisment

ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ବଲାଙ୍ଗୀରରେ ୩୭.୪ ଡିଗ୍ରି, ମାଲକାନଗିରିରେ ୩୭.୨, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୩୭, ହୀରାକୁଦରେ ୩୬.୭, ସୁନ୍ଦରଗଡ଼ରେ ୩୬.୫, ସମ୍ବଲପୁରରେ ୩୬.୪, ବରଗଡ଼ରେ ୩୬.୨, ରାଉରକେଲା ଓ ଅନୁଗୁଳରେ ୩୬.୧, ସୋନପୁର ଓ ଖୋର୍ଦ୍ଧାରେ ୩୬ ଡିଗ୍ରି ରହିଥିଲା। ରାତିର ତାପମାତ୍ରା ମଧ୍ୟ ଗତକାଲି ତୁଳନାରେ ବଢ଼ିଛି। ଅଧିକାଂଶ ସହରର ତାପମାତ୍ରା ୧୮ ଡିଗ୍ରି ଉପରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।