ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର୍ ରୋଡ ଜୋଙ୍କ ପୁଲିସ ଗତକାଲି ରାତିରେ ଠେଲକୋବେଡ଼ା ଗ୍ରାମେର ଚାଲିଥିବା ଏକ ଜୁଆଆଡା ଉପରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଥିବା ବେଳେ ୨୦ ହଜାର ଟଙ୍କା ଓ ୩ଟି ବାଇକ୍ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକା ଠେଲକୋବେଡ଼ା ଗ୍ରାମରେ ଜୁଆ ଖେଳ ହେଉଥିବା କୌଣସି ସୂତ୍ରରୁ ଖରିଆର ରୋଡ୍ ଜୋଙ୍କ ପୁଲିସ ଖବର ପାଇ ରାତିରେ ଚଢ଼ଉ କରିଥିଲା।
ଚଢ଼ଉ ସମୟରେ ସେଠାରୁ ୬ ଜଣଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଖରିଆର ରୋଡ୍ ଏନ୍ଏସ ୱାର୍ଡ ନଂ.୧୩ର ଖୁପେତରାର ମହମ୍ମତ ସଦ୍ଧବୀର (୩୮), ରାହୁଲ ତାଣ୍ଡି (୨୩), ମହମ୍ମଦ ଟାବ୍ରେଜ (୧୯), ମହମ୍ମଦ ସମୀର (୧୯), ରାକେଶ ସତନାମୀ (୨୦), ଖେମରାଜ ସାହୁ (୨୮) ବୋଲି ଥାନା ଅଧିକାରୀ କୈଳାସ ସେଠୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest-1.jpg)